କନ୍ଦୁଝର ଜିଲ୍ଲାରେ ହାତୀ ମୃତ୍ୟୁ । ଘଟଗାଁ ବନାଞ୍ଚଳରେ ଟ୍ରକ ଧକ୍କାରେ  ଛୁଆ ହାତୀ ସମେତ ୨ ହାତୀ ମୃତ

ଟ୍ରକ ଧକ୍କାରେ ଗଲା ଗଜରାଜଙ୍କ ଜୀବନ

483

କନକ ବ୍ୟୁରୋ: କେନ୍ଦୁଝରରେ ଘଟିଛି ଏକ ଅଭାବନୀୟ ଘଟଣା । ଟ୍ରକ ଧକ୍କାରେ ଗଲା ଗଜରାଜଙ୍କ ଜୀବନ । ବୁଧବାର ରାତିରେ ଟ୍ରକ ଧକ୍କାରେ ୨ଟି ହାତୀର ମୃତ୍ୟୁ ହୋଇଛି । ଗୋଟିଏ ହାତୀ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରୁଛି ।

ଘଟଗାଁ ବନଖଣ୍ଡର ବାଲି ଯୋଡା ଗାଁ ନିକଟରେ ଗତକାଲି ରାତି ରେ ପ୍ରାୟ ୧୦ଟି ହାତୀ ଏନଏଚ୍ ପାର ହେଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ଦ୍ରୁତଗାମୀ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଗୋଟିଏ ମାଇ ହାତୀ ଓ ଛୁଆ ହାତୀର ମୃତ୍ୟୁ ହୋଇଛି । ଆଉ ଏକ ମାଈ ହାତୀ ଗୁରୁତର ଆହତ ହୋଇଛି । ଦୁର୍ଘଟଣା ପରେ ହାତୀଙ୍କ ଗର୍ଜନ ଶୁଣି ପାଖ ଗାଁ ଲୋକେ ବନବିଭାଗକୁ ଖବର ଦେବା ପରେ ଘଟଣା ସ୍ଥଳରେ ପହଁଚିଥିଲା ବନବିଭାଗ ଟିମ୍ । ତେବେ ଏକାଧିକ ଟ୍ରକ୍ ଧକ୍କାରେ ଏପରି ଦୁର୍ଘଟଣା ଘଟିଥିବା ସଂଦେହ କରୁଛି ବନବିଭାଗ । ଦୁର୍ଘଟଣା ସ୍ଥଳ ନିକଟରୁ ଗୋଟିଏ ଟ୍ରକକୁ ଜବତ କରିବା ସହିତ ତାର ହେଲପରକୁ ଅଟକ ରଖାଯାଇଛି ।