କଳାହାଣ୍ଡିରୁ ଉଦ୍ଧାର ହାତୀ ଛୁଆର ଓୟୁଏଟିରେ ମୃତ୍ୟୁ

0

କଳାହାଣ୍ଡି : ଓୟୁଏଟିରେ ଆଖି ବୁଜିଲା ମାମା । କଳାହାଣ୍ଡିର ମଦନପୁର ରାମପୁରରୁ ଉଦ୍ଧାର ହାତୀ ଛୁଆର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ନନ୍ଦନକାନନରେ ଥିବା ଏହି ଛୁଆ ହାତୀ ଅସୁସ୍ଥ ହୋଇପଡିଥିଲା । ୨ ମାସର ହାତୀଛୁଆ ଅସୁସ୍ଥ ହୋଇ ଓୟୁଏଟି ଭେଟନାରି ବିଭାଗରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲା । ହାତୀର ଅନ୍ତନଳୀ ସଂକ୍ରମଣ ହୋଇଥିବାରୁ ଅସୁସ୍ଥ ହୋଇପଡିଥିଲା । ଏହି ଛୁଆ ହାତୀଟିକୁ ପୂର୍ବରୁ କଳାହାଣ୍ଡି ମଦନପୁର ରାମପୁର ଜଙ୍ଗଲରୁ ଉଦ୍ଧାର କରି ନନ୍ଦନକାନକୁ ଅଣାଯାଇଥିଲା ।

Comments are closed.