ଶିକାରୀ ଗୁଳିରେ ଦନ୍ତା ହାତୀ ମୃତ । ୪ ଦିନ ହେଲା ଗୁଳି ବାଜିଥିଲେ ମଧ୍ୟ ଜାଣି ପାରିଲେନି ବନବିଭାଗ ଅଧିକାରୀ, ଶେଷରେ ଛଟପଟ ହୋଇ ମରିଗଲା ଦନ୍ତା ହାତୀ

47

କନକ ବ୍ୟୁରୋ : ଶିକାରୀ ଗୁଳିରେ ଦନ୍ତା ମୃତ । ନରସିଂହପୁର ବନରେଞ୍ଜରେ ଏଭଳି ଘଟଣା ଦେଖିବାକୁ ମିଳିଛି । ନରସିଂହପୁର ପୂର୍ବ ସର୍କଲ ରେଞ୍ଜ ଅନ୍ତର୍ଗତ ମହୁଲପଡା, ଚନ୍ଦ୍ରଗିରି ରିଜର୍ଭ ଜଙ୍ଗଲରେ ଶିକାରୀଙ୍କ ଗୁଳିରେ ହାତୀ ଆହତ ହୋଇଥିଲା । ଆହତ ଦନ୍ତା ଜଙ୍ଗଲ ଭିତରୁ ଗାଁ ନିକଟକୁ ଆସିଯିବା ପରେ ଲୋକେ ବନବିଭାଗକୁ ଖବର ଦେଇଥିଲେ । କାନପୁର ପ୍ରାଣୀଧନ ଚିକିତ୍ସକଙ୍କ ସହାୟତାରେ ଚିକିତ୍ସା କରାଯାଇଥିଲେ ମଧ୍ୟ ହାତୀର ଅବସ୍ଥା ଗୁରୁତର ହୋଇପଡିଥିଲା । ଶେଷରେ ହାତୀଟିରମୃତ୍ୟୁ ହୋଇଛି ।

ନରସିଂହପୁର ଜଙ୍ଗଲରେ ସୁନ୍ଦରୀ ବାଘର ଚଳପ୍ରଚଳ ଜଣାପଡିବା ପରେ ବନବିଭାଗ କର୍ମଚାରୀମାନେ ଜଙ୍ଗଲ ଭିତରକୁ ଯାଉନଥିବା ସୁଯୋଗ ନେଇ ଶିକାରୀମାନେ ଦନ୍ତାଶିକାର କରିଥିବା ଜଣାପଡିଛି । ହାତୀକୁ ପ୍ରାୟ ୩-୪ ଦିନ ପୂର୍ବରୁ ଗୁଳି ବାଜିଥିଲେ ବି ବିନବିଭାଗ ଜାଣିନପାରିବା କର୍ମଚାରୀ ଓ ଅଧିକାରୀଙ୍କ କାଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।