ବିଦ୍ୟୁତ ତାର ଲାଗି ଚାଲିଗଲା ଦନ୍ତାହାତୀର ଜୀବନ । ଶିକାରୀ କାଟିନେଲେ ଦାନ୍ତ, ତଦନ୍ତ କରୁଛି ବନବିଭାଗ ।

410

କନକ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବନାଞ୍ଚଳରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଦନ୍ତାର ମୃତ୍ୟୁ ପରେ ଶିକାରୀମାନେ ୨ଟି ଦାନ୍ତ କାଟି ନେଇଥବା ମଙ୍ଗଳବାର ଜଣାପଡ଼ିଛି । ଉଲୁଣ୍ଡା ରେଞ୍ଜର କୋଟସମଲାଇ ଗ୍ରାମପଂଚାୟତ ଅନ୍ତର୍ଗତ ସୁନାପାଲି ଜଙ୍ଗଲରେ ଏହି ଘଟଣା ଘଟିଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ହାତୀକୁ ମାରିବା ପାଇଁ ଶିକାୀମାନେ ବିଦ୍ୟୁତ ତାର ବିଛାଇ ଥିଲେ । ଜୀବନ୍ତ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହେବା ପରେ କୌଶଳକ୍ରମେ ଶିକାରୀମାନେ ୨ଟି ଦାନ୍ତ ମଧ୍ୟ କାଟି ନେଇଛନ୍ତି । ସୂଚନା ମିଳିବା ପରେ ଆଜି ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚି ତଦନ୍ତ କରିଛନ୍ତି । ପୋଷ୍ଟମର୍ଟମ ପରେ ହାତୀର ମୃତଦେହ ମାଟିରେ ପୋତି ଦିଆଯାଇଛି ।