‘ହରପିସ’ ଭାଇରସ ନେଇଛି ହାତୀର ଜୀବନ । ରକ୍ତ ନମୁନା ପରୀକ୍ଷା ପରେ ସୂଚନା ଦେଲେ ଓୟୁଏଟି ପାଥୋଲୋଜି ମୁଖ୍ୟ 

୧୦ ବର୍ଷର ମାଈ ହାତୀର ମୃତ୍ୟୁର କାରଣ ଜଣାପଡ଼ିଛି।

256
ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ସୋମବାର ମୃତ୍ୟୁ ହୋଇଥିବା ୧୦ ବର୍ଷର ମାଈ ହାତୀର ମୃତ୍ୟୁର କାରଣ ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିଛି ଯେ, ଭୂତାଣୁ ‘ହରପିସ୍’ ଯୋଗୁଁ ମାଈ ହାତୀର ମୃତ୍ୟୁ ହୋଇଛି। ଓୟୁଏଟି (ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ)ର ଭେଟେରିନାରି ପାଥୋଲୋଜି ମୁଖ୍ୟ ସୁସେନ ପଣ୍ଡା ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଡମପଡ଼ା ଅଭୟାରଣ୍ୟ ଅଞ୍ଚଳର ବାଆଁରା କୁଅମଡା ଜଙ୍ଗଲରେ କିଛିଦିନ ତଳେ ଅସୁସ୍ଥ ହୋଇଥିବା ମାଈ ହାତୀର ସୋମବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ହାତୀଟି ଭୂତାଣୁ ସଂକ୍ରମଣ ହେତୁ ଅସୁସ୍ଥ ହୋଇପଡ଼ିଥିଲା। ଆସାମରୁ ଆସିଥିବା ବିଶେଷଜ୍ଞ ଟିମ୍ ଦ୍ୱାରା ଉକ୍ତ ହାତୀର ଚିକିତ୍ସା ଚାଲିଥିଲା।
କିଛିଦିନ ତଳେ ବାଆଁରା ଗ୍ରାମ ପାଖ ଗୋପାଳଜୀ ବିଶ୍ୱବିଦ୍ୟାଳୟ ପଛପଟେ ଏହି ହାତୀଟି ଅସୁସ୍ଥ ହୋଇପଡ଼ିଥିବା ବନବିଭାଗର କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଏହାପରେ ହାତୀର ଚିକିତ୍ସା ଚାଲିଥିଲା।