ରାୟଗଡା, ଅନୁଗୁଳ ଓ ସୁନ୍ଦରଗଡରେ ହାତୀ ଆତଙ୍କ ! ଦନ୍ତା ଆକ୍ରମଣରେ ୩ ମୃତ, ଜଣେ ଗୁରୁତର

24

କନକ ବ୍ୟୁରୋ: ରାୟଗଡା, ଅନୁଗୁଳ ଓ ସୁନ୍ଦରଗଡରେ ହାତୀ ଆତଙ୍କା ରାୟଗଡା ମୁନିଗୁଡା ରେଂଜ ଅନ୍ତର୍ଗତ ଗୁଣ୍ଡୁରିଗୁଡା ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ତରଣୀସେନ ଭାଟ । ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ତରଣୀସେନଙ୍କୁ ହାତୀ ଆକ୍ରମଣ କରିଥିଲେ ।

ସେହିଭଳି ଅନୁଗୁଳ ଛେଣ୍ଡିପଦା ବସନ୍ତପୁର ଗାଁରେ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଦନ୍ତା ଆକ୍ରମଣରେ ସୁଦର୍ଶନ ଦେହୁରୀଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ ଲେଫ୍ରପିଡା ବନବିଭାଗ ରେଂଜ ଧୋବାଦାଣ୍ଡ ଗାଁରେ ମଧ୍ୟ ବଣୁଆ ହାତୀ ଆକ୍ରମଣରେ ୭ ବର୍ଷର ଛୁଆର ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଅଛି । ଘଟଣାସ୍ଥଳରେ ବନବିଭାଗ ନପହଚିଂବାରୁ ଉତେଜନା ଦେଖାଦେଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –