ସୁନ୍ଦରଗଡ଼ ସିଆଳଜୋର ଗାଁରେ ହାତୀ ଆତଙ୍କ ! ଶୋଇଥିବା ବେଳେ ମା’-ପୁଅଙ୍କୁ ଦଳି ଦେଲା ହାତୀ

48

କନକ ବ୍ୟୁରୋ : ହାତୀ ଆକ୍ରମଣରେ ମା’-ପୁଅ ମୃତ । ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ରେଂଜର ସିଆଳଜୋର ଗାଁରେ ହାତୀ ଆକ୍ରମଣରେ ମା-ପୁଅଙ୍କ ମୃତ୍ୟୁ ହୋଇଛି । ସୋମାରୀ ପ୍ରଧାନ ଓ ତାଙ୍କ ୫ବର୍ଷର ପୁଅ ଶତୃଘ୍ନ ପ୍ରଧାନ ଗତକାଲି ରାତିରେ ନିଜ ଘରେ ଶୋଇଥିବା ସମୟରେ ହାତୀ ଆକ୍ରମଣ କରିଥିଲା ଏଥିରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି ।

ଗତକାଲି ସିଆଳଜୋର ଗାଁରୁ ପ୍ରାୟ ୭କିଲୋମିଟର ଦୁରରେ ଥିବା ଦଲକି ସ୍କୁଲକୁ ପଶିଥିଲେ ୫ଜଣିଆ ହାତୀ ପଲ । ଗାଁଲୋକେ ତାଙ୍କୁ ସେଠାରୁ ଘଉଡାଇ ଦେଇଥିଲେ । ପରେ ଗତକାଲି ବିଳମ୍ବିତ ରାତିରେ ଏହି ହାତୀ ପଲ ସିଆଳଜୋର ଗାଁକୁ ଆସି ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରିଥିଲେ । ବନବିଭାଗ ରେଂଜର ଓ କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଂଚିଛନ୍ତି ।

ଦେଖନ୍ତୁ ଏହି ଭିଡିଓ –