ସୁନ୍ଦରଗଡ଼ ଜିଲ୍ଲା ବାଙ୍କି ରେଂଜର ଜାମାରାଡିହି ଗାଁରେ ହାତୀ ଉତ୍ପାତ ! ୧୨ଟି ଘର ଭାଙ୍ଗି ଦେଲେ ହାତୀ ପଲ

23

କନକ ବ୍ୟୁରୋ : ହାତୀ ଆତଙ୍କ । ସୁନ୍ଦରଗଡ ଜିଲ୍ଲା ବାଙ୍କି ରେଂଜର ଜାମାରାଡିହି ଗାଁରେ ହାତୀ ଉତ୍ପାତ । ଗାଁରେ ହାତୀମାନେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ୧୨ଟି ଘର ଭାଙ୍ଗି ଦେଇଛନ୍ତି ହାତୀ ପଲ । ଗାଁକୁ ହାତୀ ପଲ ପଶି ଆସି ଉତ୍ପାତ କରୁଥିବାବେଳେ ଗୋଟିଏ ହାତୀର ମୃତ୍ୟୁ ହୋଇଯାଇଛି । ତେବେ କେଉଁ ପରିସ୍ଥିତିରେ ହାତୀଟିର ମୃତ୍ୟୁ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ମୃତ ହାତୀର ବୟସ ପାଖାପାଖି ୨୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ରାଉରକେଲା ଏଏସିଏଫ ଓ ଡିଏଫଓ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ଦେଖନ୍ତୁ ଏହି ଭିଡ଼ିଓ –