ଦଳିଦେଲା ହାତୀ : ଆକ୍ରମଣରେ ବୃଦ୍ଧ ମୃତ

22

ଢେଙ୍କାନାଳ : ଦଳିଦେଲା ହାତୀ । ଢେଙ୍କାନାଳ କପିଳାସ ରେଞ୍ଜ ବିଛାଖଣ୍ଡି ଗାଁରେ ଦନ୍ତା ହାତୀ ଆକ୍ରମଣରେ ଜଣେ ୬୫ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଆଜି ଭୋରରେ କିଶୋର ଚନ୍ଦ୍ର ବେହେରା ଘରୁ ବାହାରକୁ ଯାଇଥିବା ସମୟରେ ହାତୀ ହାବୁଡରେ ପଡିଯାଇଥିଲେ ।

ହାତୀ ଆକ୍ରମଣରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି । ହାତୀ ଆକ୍ରମଣରେ ଗତ ତିନି ମାସ ମଧ୍ୟରେ ୪ଜଣଙ୍କ ମୃତ୍ୟୁ ହୋଇଛି । ହାତୀକୁ ଘୋଉଡାଇବା ପାଇଁ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗରେ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ଦେଖାଦେଇଛି  ।