ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ହାତୀ ଆତଙ୍କ : ବ୍ରାହ୍ମଣବିଲି ଗାଁରେ ବ୍ୟାପକ କ୍ଷୟକ୍ଷତି

20

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ହାତୀ ଆତଙ୍କ । ଛେଣ୍ଡିପଦା ବ୍ଲକ୍ ବ୍ରାହ୍ମଣବିଲି ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି ହାତୀ ପଲ । ଗତକାଲି ବିଳମ୍ବିତ ରାତିରେ ହାତୀପଲ ଗାଁରେ ପଶିଥିଲେ । ରାତି ପ୍ରାୟ ୨ଟା ବେଳେ ବ୍ରାହ୍ମଣବିଲି ଗାଁରେ ପଶିଥିବା ଏହି ହାତୀପଲ ଲୋକଙ୍କ ଘର ଦ୍ୱାର ଭାଙ୍ଗିଥିବା ଦେଖିବାକୁ ମିଳିଛି । ଗାଁର ନାଲୁ ନାଏକଙ୍କ ଘର ଭାଙ୍ଗି ଦେବା ସହ ନାଲୁଙ୍କୁ ଆକ୍ରମଣ ମଧ୍ୟ କରିଛନ୍ତି । ଏହା ସହ ହାତୀପଲ ଗାଁର ଅନେକ ଲୋକଙ୍କ ଫସଲ ନଷ୍ଟ କରିଥିବା ମଧ୍ୟ ସୂଚନା ମିଳିଛି ।