ବୈଜ୍ଞାନିକ ଉଦ୍ଭାବନ କଲେ ଇଲେକଟ୍ରୋନିକ ସ୍କିନ! ଏଣିକି ଶରୀରରେ ହୋଇଥିବା ଘା’ ବା କ୍ଷତ ଆପଣାଛାଏଁ ହୋଇଯିବ ଭଲ

37

ଏଣିକି ଛାଏଁ ଛାଏଁ ଭଲ ହୋଇଯିବ ଭଲ ହୋଇଯିବ କ୍ଷତ । ବୈଜ୍ଞାନିକ ମାନେ ଏଭଳି ଏକ ଇଲେକଟ୍ରୋନିକ୍ସ ସ୍କିନ ବିକଶିତ କରିଛନ୍ତି ଯାହାକୁ ଅସଲି ଚର୍ମ ଭଳି କାମ କରିବ । ଏବଂ କ୍ଷତ ହୋଇଥିବା ସ୍ଥାନକୁ ଭଲ କରି ପାରିବ । ଏହାକୁ ପ୍ରୋଷ୍ଟେଟିକ୍ସ, କ୍ଷତ ଶୁଖାଇବା ପାଇଁ ଆବଶ୍ୟକ ହେଉଥିବା ପଟି ରୂପରେ ବ୍ୟବହାର କରାଯାଇ ପାରିବ । ଏହି କୁତ୍ରିମ ଚର୍ମ ସାଧାରଣ ଚର୍ମ ଠାରୁ ୩୪୦୦ ପ୍ରତିଶତ ଅଧିକ ନମନୀୟ । ଏହାକୁ ସ୍ପର୍ଶ କରିବାର କିଛି ସମୟ ମଧ୍ୟରେ ଏହା ମୂଳ ରୂପକୁ ଫେରିଆସେ । ଏହାକୁ ହାର୍ଟ, ଯକୃତ, କିଡ଼ନୀରେ ମଧ୍ୟ ବ୍ୟବହାର କରାଯାଇପାରିବ ।

ଗବେଷକଙ୍କ କହିବା ଅନୁଯାୟୀ, ଏହାକୁ ହାଇଡ଼୍ରୋଜେଲ ଓ କାର୍ବାଇଡ଼ ଧାତୁରେ ନିର୍ମାଣ କରାଯାଇଛି । ଏହାକୁ ବିଭିନ୍ନ ଅଙ୍ଗରେ ବ୍ୟବହାର କରିହେବ । ସବୁଠୁ ବଡ଼ କଥା ହେଲା, ଏହି ଇଲେକଟ୍ରୋନିକ ସ୍କିନକୁ କାଟି ଖଣ୍ଡ ବିଖଣ୍ଡିତ କରିଦେଲେ ମଧ୍ୟ ଏହା ତୁରନ୍ତ ଯୋଡ଼ି ହୋଇଯାଇଥାଏ । ସାଉଦି ଆରବର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ୟୁନଭରସିଟିର ପ୍ରଫେସର ହୁସମ ଅଲସରିଫଙ୍କ କହିବା ଅନୁଯାୟୀ, ତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଇଲେକଟ୍ରୋନକି ସ୍କିନ ଅନ୍ୟ ସମସ୍ତ ହାଇଡ଼୍ରୋଜେଲକୁ ପଛରେ ପକାଇ ଏକ ନୂଆ ରୂପରେ ସାମ୍ନାକୁ ଆସିଛି । ଏହା ଆମ ମାନଙ୍କର ଏକ ସଫଳ ଉଦ୍ଭାବନ । ଯାହା ହାଇଡ଼୍ରୋଜେଲର ସମ୍ବେଦନାଶୀଳତା କ୍ଷମତାକୁ ବୃଦ୍ଧି କରିଛି ।