ପ୍ରି-ପେଡ଼୍ ମୋବାଇଲ ପରି ଉପଲବ୍ଧ ହେବ ପ୍ରି-ପେଡ଼୍ ବିଜୁଳି ମିଟର ! ୟୁନିଟ ପ୍ରତି ୨୫ ପଇସା ରିହାତି ପାଇବେ ଉପଭୋକ୍ତା

3

ପ୍ରି-ପେଡ଼୍ ମୋବାଇଲ ପରି ଖୁବ୍ ଶୀଘ୍ର ଉପଭୋକ୍ତାଙ୍କୁ ମିଳିବ ପ୍ରି-ପେଡ଼୍ ବିଜୁଳି ମିଟର । ଆଉ ଏପରି ହେଲେ ମହଜୁଦ ଦାମରୁ ପ୍ରତି ୟୁନିଟ୍ ପ୍ରତି ୨୫ ପଇସା କମରେ ମିଳିବ ବିଜୁଳି । କେବଳ ଏତିକି ନୁହେଁ ପ୍ରି-ପେଡ଼େ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ଭଡ଼ା ଓ ସୁରକ୍ଷା ନିଧି ମଧ୍ୟ ଜମା କରିବା ପାଇଁ ପଡ଼ିବ ନାହିଁ । ଏହାର ଅର୍ଥ ହେଲା ପ୍ରି-ପେଡ଼ ମିଟରକୁ ସିପ୍ଟ ହେବା ଦ୍ୱାରା ୧୦୦ ୟୁନିଟରେ ମାସିକ ବିଲ ଉପରେ ୨୫ ପଇସା ବଞ୍ଚିବ । ଏହି ସୁବିଧା ପାଇଁ ଉପଭୋକ୍ତା ଅପ୍ରେଲରୁ ଆବେଦନ କରିପାରିବେ । ଏନେଇ ଏମପି ପାୱାର ମ୍ୟାନେଜମେଂଟ କମ୍ପାନୀ ଟାରିଫ୍ ପିଟିସନ ଦାଖଲ କରିଛନ୍ତି ।

electric_meter_rechargeଯେଉଁ ଉପଭୋକ୍ତାମାନେ ପ୍ରି-ପେଡ଼୍ ମିଟର ବ୍ୟବହାର କରିବେ ତାଙ୍କୁ ୨୫ ପଇସା ପ୍ରତି ୟୁନିଟ୍ ରିହାତି ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି । ବର୍ତ୍ତମାନ ଏହି ରିହାତି ୨୦ ପଇସା ରହିଛି । କମ୍ପାନୀ ଏହି ଅଫର ଦେଇଥିଲେ ହେଁ ଏହାର ପ୍ରଚାର ଓ ସୁବିଧା ଆରମ୍ଭ ହୋଇ ନାହିଁ । କମ୍ପାନୀ ଘରୋଇ ଉପଭୋକ୍ତାଙ୍କ ଠାରୁ ପ୍ରତି ମାସରେ ମିଟର ପ୍ରତି ୧୦ ଟଙ୍କା ଚାର୍ଜ ଆଦାୟ କରୁଛି । ଉପଭୋକ୍ତା ନିଜେ କିଣି ପ୍ରି-ପେଡ଼୍ ମିଟର ଲଗାଇଲେ, ମିଟରର ଭଡ଼ା ମଧ୍ୟ ନିଆଯିବ ନାହିଁ । କେନ୍ଦ୍ର ସରକାର ନୂଆ ସ୍ମାର୍ଟ ମିଟରରେ ପ୍ରି-ପେଡ଼୍ ମିଟରର ବିଳକ୍ପ ରହିବ । ସ୍ମାର୍ଟ ମିଟରରେ ବିଦ୍ୟୁତ କମ୍ପାନୀର ଯେକୌଣସି ମେସେଜ ସିଧା ସିଧା ମିଟରରେ ପହଞ୍ଚିବ ।

ସମୟରେ ବିଲ ପଇଠ ନକଲେ କାର୍ଯ୍ୟାଳୟରୁ କମ୍ପ୍ୟୁଟର ଜରିଆରେ ବିଦ୍ୟୁତ ଯୋଗାଣ ବନ୍ଦ ଓ ଚାଲୁ ହୋଇପାରିବ । ବିଲ ଓ ମିଟରରେ ଅଧିକ ଲୋଡ଼ ହେଲେ ମଧ୍ୟ ଏହା ସ୍କ୍ରିନରେ ଦେଖାଯିବ । ଉପଭୋକ୍ତା ସ୍ମାର୍ଟ–ମିଟର ଲଗାଇବା ପରେ ଚାହିଁଲେ ପ୍ରିପେଡ଼ର ସୁବିଧା ନେଇପାରିବେ ।  ପ୍ରି-ପେଡ଼ ମିଟର ଲଗାଇବା ପାଇଁ ବଜୁଳି ବିଭାଗରେ ଆବଦେନ କରିବା ପାଇଁ ପଡ଼ିବ । ପାୱାର ମ୍ୟାନେଜମେଂଟ କମ୍ପାନୀ କହିଛି ଏଥିପାଇଁ ଉପଭୋକ୍ତାଙ୍କୁ ନିଜେ ହିଁ ଆବଦେନ କରିବା ବାଧ୍ୟତାମୂଳକ ଅଟେ । ବିଦ୍ୟୁତ ଯୋଗାଣ କମ୍ପାନୀ ସବୁ ଉପଭୋକ୍ତାଙ୍କ ଠାରୁ ସୁରକ୍ଷା ନିଧି ଜମା ରଖନ୍ତି । ତେବେ ବର୍ଷସାରା ପ୍ରିପେଡ଼୍ ମିଟର ଲଗାଇଲେ ସୁରକ୍ଷା ନିଧି ଜମା କରିବା ପାଇଁ ପଡ଼ିବ ନାହିଁ ।

Comments are closed.