ସୁନାବେଡ଼ା ଅଭୟାରଣ୍ୟରେ ଜଳିଲା ଆଲୁଅ : ବାଟିବାହାଲ ଗାଁରେ ବିଦ୍ୟୁତ ସରବରାହ ଉଦଘାଟନ କଲେ ଜିଲ୍ଲାପାଳ

41

କନକ ବ୍ୟୁରୋ : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ସୁନାବେଡ଼ା ଅଭୟାରଣ୍ୟରେ ବାସ କରୁଥିବା ଲୋକଙ୍କ ପାଖକୁ ଆଲୁଅ ପହଂଚିଛି । ଏବେଠାରୁ ବିଦ୍ୟୁତ ଆଲୁଅ ସୁବିଧା ପାଇବେ ଅଂଚଳବାସୀ । ବିଜୁଳି ଆଲୁଅ ଯୋଗୁଁ ପିଲାମାନେ ଭଲରେ ପାଠ ପଢ଼ିପାରିବେ । ଦୀର୍ଘଦିନର ଅପେକ୍ଷା ପରେ ଆଲୁଅ ଦେଖିବା ସ୍ୱପ୍ନ ସାକାର ହୋଇଛି । ଗତକାଲି ଜିଲ୍ଲାପାଳ ଡ଼ା ପୋମା ଟୁଡ଼ୁ ବାଟିବାହାଲ ଗାଁରେ ପହଂଚି ବିଦ୍ୟୁତ ସରବରାହର ଉଦଘାଟନ କରିଥିଲେ ।

ଆରଏଲଏଟିପି ସ୍କିମ ଅନ୍ତର୍ଗତ ୩୩/୧୧ କେଭି ସବଷ୍ଟେସନ ୩୩ କେଭି ଲାଇନ ଏବଂ ଟ୍ରାନସଫର୍ମର ଲଗାଯାଇଛି । ଯାହା ଦ୍ୱାରା ସୁନାବେଡ଼ା କମାଣ୍ଡ ଏରିଆ ଅନ୍ତର୍ଗତ ୩୧ଟି ଗାଁ ଏବଂ ବସ୍ତିକୁ ବିଦ୍ୟୁତ କରଣ କରାଯାଇଛି । ଏହା ପରେ ଜିଲ୍ଲାପାଳ ସୋସେଙ୍ଗ ସେବାଶ୍ରମ ଯାଇ ମଧ୍ୟାହ୍ନଭୋଜନର ସ୍ୱଚ୍ଛତା ଦେଖିଥିଲେ । ସେଠାରେ ଜଣେ ଛାତ୍ରୀଙ୍କ ଗୋଡ଼ରେ ଘା ହୋଇଥିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସ୍କୁଲରେ ଦୁଇ ଜଣ ଶିକ୍ଷକ ଅନୁପସ୍ଥିତ ଥିବାରୁ ଅସନ୍ତୋଷ ହୋଇଥିଲେ ଶିକ୍ଷକ । ଏହା ସହ ଅନେକ ଉନ୍ନୟନ ମୂଳକ କାର୍ଯ୍ୟରେ ଯୋଗ ଦେଇଥିଳେ ଜିଲ୍ଲାପାଳ ।