ଆଲୁଅ ଆସିଲା, ଆନନ୍ଦ ଖେଳିଲା! ସ୍ୱାଧୀନତାର ୭ ଦଶନ୍ଧି ପରେ ଜୟପୁରର ଭାଲୁଗୁଡା ଗାଁ ହେଲା ଆଲୋକିତ, ପାରମ୍ପରିକ ନାଚ ଗୀତରେ ଆଦିବାସୀଙ୍କ ସହ ମନଭରି ନାଚିଲେ ତାରା ବାହିନୀପତି

27

କନକ ବ୍ୟୁରୋ : ଆଲୁଅ ଆସିଲା, ଆନନ୍ଦ ଖେଳିଗଲା । ସ୍ୱାଧୀନତାର ୭ ଦଶନ୍ଧି ପରେ ବିଜୁଳି ଆଲୁଅ ଦେଖିଲେ ଗ୍ରାମବାସୀ । ଅନ୍ଧାର ରାତିରେ ବିଜୁଳି ଆଲୁଅ ଦେଖି ଆଦିବାସୀଙ୍କ ନାଚ ଗୀତରେ କମ୍ପିଲା ଗାଁ ଦାଣ୍ଡ । ୭୦ ବର୍ଷ ଧରି ଅନ୍ଧାରରେ ରାତି କାଟୁଥିବା କୋରାପୁଟ ଜିଲ୍ଳା ଜୟପୁରର ଭାଲୁଗୁଡ଼ା ଗାଁର ଲୋକେ ଆଲୁଅର ରାତିକୁ ପାରମ୍ପରିକ ନାଚ ଗୀତରେ ସ୍ୱାଗତ କରିଛନ୍ତି । ଆଉ ଏମାନଙ୍କ ସହ ପାଦରେ ପାଦ ମିଶାଇ ନାଚିଛନ୍ତି ବିଧାୟକ ତାରା ବାହିନୀପତି ।

ବର୍ଷ ବର୍ଷ ଧରି ଦୀପ ଆଲୋକରେ ଜୀବନ ଚାଲିଥିଲା ଏବେ ବିଜୁଳି ଆଲୁଅ ମିଳିଲା ବୋଲି ଗ୍ରାମବାସୀ କହିଛନ୍ତି । ଗାଁରେ ଅନ୍ଧାର ରାତିରେ ଆଲୁଆର ବାଟ ଦେଖାଇବା ସହ ପ୍ରତେକ ଗାଁ ଲୋକଙ୍କୁ ଏଲିଡ଼୍ ବଲବ ପ୍ରଦାନ କରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ଆଲୁଅର ଖୁସିକୁ ଆଦିବାସୀଙ୍କ ସହ ଉପଭୋଗ କରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି ।