ଜୋତାରୁ ବିଜୁଳି ! ମୋବାଇଲ ଫୋନ ଚାର୍ଜ୍ ହେବା ସହ ରାତିରେ ଜଳିବ ଆଲୋକ

50

ଆମ ଦେଶ ଭାରତରେ ପ୍ରତିଦିନ ଅଳ୍ପ ବୟସର ପିଲାମାନେ କିଛି ନାଁ କିଛି ନୂତନ ଉଦ୍ଭାବନ କରୁଛନ୍ତି । ଭାରତୀୟ ଲୋକଙ୍କ ଅସୁବିଧାକୁ ହୃଦବୋଧ କରି ଛାତ୍ରଛାତ୍ରୀମାନେ ପ୍ରୟାସ ଜାରି ରଖିଛନ୍ତି । ଏମିତି ଜଣେ ଛାତ୍ର ହେଲେ ବିୟ କୋପବଟୀ । ଏକାଦଶ ଶ୍ରେଣୀରେ ପଢୁଥିବା ଭାରତୀୟ ଛାତ୍ର ବିନୟ କପକୋଟୀ ତିଆରି କରିଛନ୍ତି ଅଦ୍ଭୁତ ପ୍ରକାର ଜୋତା ।

ଏହି ଜୋତା ସାହାଯ୍ୟରେ ମୋବାଇଲ ଫୋନ ଚାର୍ଜ୍ ହେବା ସହ ରାତିରେ ଆଲୋକ ମିଳିପାରିବ । ଏହା ସଂଭବ ହେବ, ଜୋତାରେ ଲାଗିଥିବା ବ୍ୟାଟେରି ଓ ଇନଭର୍ଟର ସର୍କିଟ ମାଧ୍ୟମରେ । ଏହି ଜୋତାରେ ଲାଗିଥିବା ବ୍ୟାଟେରିରେ ବିଦ୍ୟୁତ୍ ଶକ୍ତି ଗଚ୍ଛିତ ରହିବ ଏବଂ ଦରକାର ପଡିବା ମାତ୍ରକେ ଉପଯୋଗ କରାଯାଇପାରିବ । ଏହା ମାଧ୍ୟମରେ ପାଞ୍ଚ ଭୋଲ୍ଟର ବୈଦ୍ୟୁତିକ ଉପକରଣ ଚାର୍ଜ ହୋଇପାରିବ ଏବଂ ଏଲଇଡି ବଲ୍ବ ଜଳିପାରିବ । ଅନ୍ଧାର ରାତିରେ ସୁବିଧାରେ ଯିବା ଆସିବା ପାଇଁ ସହାୟକ ହେବ ।