ଏସଏମଏସ୍ ଜରିଆରେ ବିଦ୍ୟୁତ ସମସ୍ୟାର ଅଭିଯୋଗ କରିପାରିବେ ଉପଭୋକ୍ତା ! ଭିନ୍ନ ଭିନ୍ନ ଅଂଚଳ ପାଇଁ ଜାରି ହେବ ଭିନ୍ନ ଭିନ୍ନ ନମ୍ବର

50

ବିଜୁଳି ସମ୍ମନ୍ଧିତ ଅଭିଯୋଗ କରିବା ହେଲା ସହଜ । ଉପଭୋକ୍ତାମାନେ ମନ୍ତ୍ରୀ, ଅଫିସର ଓ ବିଜୁଳି କର୍ମଚାରୀମାନଙ୍କୁ ଫୋନ କରିବା ଆଉ ଦରକାର ନାହିଁ । ଅଭିଯୋଗ କରିବା ପାଇଁ ନୂଆ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ନୂଆ ଯୋଜନା ଅନୁସାରେ ଉପଭୋକ୍ତା ଏସଏମଏଓ୍ ଜରିଆରେ ବିଜୁଳି ସମ୍ମନ୍ଧିତ ଅଭିଯୋଗ କରିପାରିବେ । ହିମାଚଳ ପ୍ରଦେଶରେ ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ଏଥିପାଇଁ ବିଜୁଳି ବୋର୍ଡ଼ କଣ୍ଟ୍ରୋଲ ରୁମ୍ ତିଆରି କରିବ । ସବୁ ଅଂଚଳ ପାଇଁ ଭିନ୍ନ ଭିନ୍ନ ଅଭିଯୋଗ ନମ୍ବର ଜାରି କରାଯିବ । ଏହାସହ ଏସଏମଏସଜ ଜରିଆରେ ଉପଭୋକ୍ତାଙ୍କୁ ଅପଡ଼େଟ୍ ମଧ୍ୟ ମିଳିଯିବ ।

 

ଶକ୍ତି ମନ୍ତ୍ରୀଙ୍କ ଅନୁସାରେ ରାଜ୍ୟରେ ବିଜୁଳି ଉପଭୋକ୍ତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି । ବର୍ତ୍ତମାନ ଲୋକେ ବିଜୁଳିି ସମ୍ମନ୍ଧିତ କୌଣସି ଅସୁବିଧା ପାଇଁ ବିଦ୍ୟୁତ କର୍ମଚାରୀମାନଙ୍କୁ କଲ କରି ଜଣାଉଛନ୍ତି । ସେମାନେ କଥା ନଶୁଣିଲେ ଉଚ୍ଚ ଅଧିକାରୀଙ୍କୁ ମଧ୍ୟ ଲୋକେ ଫୋନ୍ କରି ଅଭିଯୋଗ ଜଣାଉଛନ୍ତି । ତେବେ ଅଭିଯୋଗ ପରେ କାମ ଠିକରେ ହେଉଛି ନାଁ ନାହିଁ ଉଚ୍ଚ ପଦାଧୀକାରୀ ମାନେ ଜାଣିପାରୁ ନାହାନ୍ତି । ତେବେ ଏସଏମଏସ୍ ସୁବିଧା ଅନସାରେ ସବୁ ଅସୁବିଧା ଦୂର କିରବା ସହ ଅପଡ଼େଟ୍ ମଧ୍ୟ କରାଯାଇପାରିବ ।

Source:PTI

ଉପଭୋକ୍ତାଙ୍କୁ ନିଜ ଅଂଚଳର ଅସୁବିଧା ନେଇ ଏସଏମଏସ୍ କିରବା ପାଇଁ ପଡ଼ିବ । କଣ୍ଟ୍ରୋଲ ରୁମରେ ଅଭିଯୋଗ ପହଞ୍ଚିବା ପରେ ସ୍ଥାନୀୟ ଅଧିକାରୀଙ୍କୁ ଓ ଅନ୍ୟ କର୍ମଚାରୀଙ୍କୁ ଏସଏମଏସ ପଠାଇ ଦିଆଯିବ । ଆଉ ପାଖରେ ଥିବା ବିଦ୍ୟୁତ କର୍ମଚାରୀ ଉପଭୋକ୍ତାଙ୍କ ପାଖକୁ ଯାଇ ସମସ୍ୟା ସମାଧାନ କରିପାରିବେ । ସମସ୍ୟା ଦୂର ହେବା ପରେ କଣ୍ଟ୍ରୋଲ ରୁମ ମାଧ୍ୟମରେ ଉପଭୋକ୍ତାକୁ ଅପଡ଼େଟ୍ ଦିଆଯିବ । ଏହି ବ୍ୟବସ୍ଥାକୁ ଭଲରେ ଚଳାଇବା ପାଇଁ ଫିଲ୍ଡ ଷ୍ଟାଫଙ୍କୁ ମୋବାଇଲ ଭତ୍ତା ଦିଆଯିବ । ସମସ୍ତ ଅଂଚଳ ପାଇଁ ଭିନ୍ନ ଭନ୍ନ ନମ୍ବର ଜାରି କରାଯିବ ।