କନକ ବ୍ୟୁରୋ : ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ନିକଟରେ ଆରମ୍ଭ ହୋଇଛି ଜନ ଶୁଣାଣି । ପ୍ରଥମ ଦିନରେ ଓଏଚପିସି ଓ ଓପିଜିସି ନିଜ ନିଜ ପକ୍ଷ ରଖିଛନ୍ତି । ବିଦ୍ୟୁତ୍ ଉତ୍ପାଦନ ଓ ବଂଟନ କରୁଥିବା ବିଭିନ୍ନ ସଂସ୍ଥା ଶୁଳ୍କ ବଢ଼ାଇବା ପାଇଁ ଓଇଆରସିଙ୍କ ପାଖରେ ଆବେଦନ କରିଛନ୍ତି । ଗତବର୍ଷ ଜନଶୁଣାଣି ବେଳେ ଉପଭୋକ୍ତା ସଂଘର ଜୋରଦାର ବିରୋଧ ଯୋଗୁଁ ଆୟୋଗ ଶୁଳ୍କ ବଢାଯାଇନଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଓଏଚପିସିର ଆବେଦନ ଅନୁଯାୟୀ ଜଳ ବିଦ୍ୟୁତ୍ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଛି । ଏହା ସହ ସଂସ୍ଥାର ଋଣ, ଆବଶ୍ୟକ ରାଜସ୍ୱ ହିସାବ କରି ୟୁନିଟ୍ ପିଛା ଉତ୍ପାଦନ ଟଙ୍କା ୧ଟଙ୍କା ୮୩ ପଇସା ହେଉଛି । ହେଲେ ଓଏଚପିିସି ୟୁନିଟ୍ ପିଛା ମାତ୍ର ୮୫ ପଇସା ହିସାବରେ ବିଜୁଳି ଦେଉଛି । ତେଣୁ ଏକା ଥରକେ ସଂସ୍ଥା ୨ଗୁଣ ଶୁଳ୍କ ବୃଦ୍ଧି କରିବା ପାଇଁ ଆବେଦନ କରିଛି ।
ସେହିପରି ଓପିଜିସି ମଧ୍ୟ ୟୁନିଟ୍ ପିଛା ୧ଟଙ୍କା ୯୦ରୁ ବଢ଼ାଇ ୨ଟଙ୍କା ୬୩ପଇସା କରିବାକୁ ଓଇଆରସିଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିବ । ବିଦ୍ୟୁତ୍ ଉତ୍ପାଦନ କରୁଥିବା ସଂସ୍ଥାଙ୍କ ପାଖରୁ ଉଚ୍ଚା ଦରରେ ବିଜୁଳି କିଣି କ୍ଷତି ସହୁଥିବା ଗ୍ରୀଡକୋ ମଧ୍ୟ ଶୁଳ୍କ ବୃଦ୍ଧି ସପକ୍ଷରେ ଯୁକ୍ତି ବାଢ଼ିବାର ସମ୍ଭାବନା ରହିଛି ।