ଉଧାର ଟଙ୍କାରେ ପୁଅକୁ ପାଠ ପଢ଼ାଇଥିଲେ ଇଲେକ୍ଟ୍ରିସିଆନ୍ : ସଫଳ ହେଲା ବଳିଦାନ, ଆମେରିକାରେ ୭୦ ଲକ୍ଷ ପ୍ୟାକେଜରେ ଚାକିରି ପାଇଲା ପୁଅ

29

କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ । ନିଜ ଉପରେ ଆତ୍ମ ବିଶ୍ୱାସ ଥିଲେ କୌଣସି କାମ ଅସମ୍ଭବ ନୁହେଁ । ଦିଲ୍ଲୀର ଜମିଆ ନଗରରେ ବସବାସ କରୁଥିବା ମହମ୍ମଦ ଆମିର ଅଲ୍ଲୀଙ୍କୁ ଆମେରିକାର ଏକ କମ୍ପାନି ପକ୍ଷରୁ ୭୦ଲକ୍ଷ ଟଙ୍କାର ପ୍ୟାକେଜ ମିଳିଛି। ମହମ୍ମଦ ଜାମିୟା ମିଳିୟା ଇସ୍ଲାମିୟାରୁ ପାଠ ପଢ଼ିଛନ୍ତି । ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ଅମିରଙ୍କ ପିତା ଜଣେ ସାଧାରଣ ଇଲେକ୍ଟ୍ରିସିଆନ୍ । ପିଲାବେଳେ ତାଙ୍କର ମଧ୍ୟ ପଢ଼ିବା ପାଇଁ ବେଶ୍ ଇଚ୍ଛା ଥିଲା । ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ତାଙ୍କ ପୁଅ ଆମିରକୁ ଜୀବନରେ ଏତେ ବଡ଼ ସଫଳତା ମିଳିବ। ଆମେରିକାରୁ ତା’ପାଇଁ ୭୦ଲକ୍ଷ ଟଙ୍କାର ପ୍ୟାକେଜ ଆସିବ। ଏହା ପ୍ରଥମ ଘଟଣା ଯାହାକି ଜାମିଆର କୌଣସି ଛାତ୍ରକୁ ଆମେରିକାରେ ଚାକିରି ମିଳିଛି।

ମହମ୍ମଦ ଆମିର ଅଲ୍ଲୀଙ୍କୁ ଇଲେକ୍ଟ୍ରିକ୍ ଭେଇକିଲ ପ୍ରତି ଖୁବ୍ ଦୁର୍ବଳତା ଥିଲା । ତେଣୁ ତାଙ୍କ ପିତା ପୁଅକୁ ଗୋଟିଏ ସେକେଣ୍ଡ ହ୍ୟାଣ୍ଡ କାର କିଣି ଦେଇଥିଲେ। ଆମିର କିନ୍ତୁ ଏହି କାରକୁ ଇଲେକ୍ଟ୍ରିକ୍ ଚାର୍ଜିଂ କାରରେ ବଦଳାଇ ଦେଇଥିଲେ । ଧୀରେ ଧୀରେ ତାଙ୍କର ଏହି କାରକୁ ନେଇ ଚର୍ଚ୍ଚା ବଢ଼ିବାକୁ ଲାଗିଲା । ଜାମିଆ ୱେବସାଇଟରେ ବି ମହମ୍ମଦ ଓ ତାଙ୍କର ଇଲେକ୍ଟ୍ରିକ୍ ଭେଇକିଲର କାମ ବିଷୟରେ ସୂଚନା ଦିଆଯାଇଥିଲା । ମହମ୍ମଦ ଓ ତାଙ୍କ କାରର ଚର୍ଚ୍ଚା ଆମେରିକା ପର୍ୟ୍ୟନ୍ତ ପହଞ୍ଚି ଯାଇଥିଲା । ସେଠାରେ ଥିବା ନର୍ଥ କେରୋଲିନାର ଫ୍ରିସନ୍ ମୋଟର ଓ୍ଵାକର୍ସ ନାମକ କମ୍ପାନିକୁ ମହମ୍ମଦଙ୍କ କାମ  ପସନ୍ଦ ଆସିଥିଲା । ଏବଂ ଆମିରକୁ ମେନେଜମେଣ୍ଟ ସିଷ୍ଟମ ଇଞ୍ଜିନିୟର ଭାବେ ପ୍ୟାକେଜ ଅଫର କରିଥିଲେ ।