ସମର୍ଥକଙ୍କ ସହ ଧାରଣାରେ ବିଜେପି ବିଧାୟକ ଦଳ ନେତା : ପାଟଣାଗଡରେ ଅଘୋଷିତ ବିଦ୍ୟୁତ୍ କାଟ୍ ଅସହ୍ୟ

16

କନକ ବ୍ୟୁରୋ : ଧାରଣାରେ ବସିଛନ୍ତି ବିଜେପି ବିଧାୟକ ଦଳ ନେତା । ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ ଧାରଣାରେ ବସିଛନ୍ତି ପାଟଣାଗଡ ବିଧାୟକ କନକବର୍ଦ୍ଧନ ସିଂହଦେଓ । ବଲାଙ୍ଗିର ପାଟଣାଗଡରେ ପ୍ରବଳ ଖରା ଅନୁଭୁତ ହେଉଥିବା ବେଳେ ଘନଘନ ବିଦ୍ୟୁତ କାଟ୍ ଲୋକଙ୍କ ପାଇଁ ଅସହ୍ୟ ହୋଇପଡିଛି । ଯାହା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ଦଳୀୟ କର୍ମୀଙ୍କ ସହ ବିଦ୍ୟୁତ ବିଭାଗ ଅଫିସ ଆଗରେ ଧାରଣାରେ ବସିଛନ୍ତି ବିଧାୟକ କେ.ବି ସିଂହଦେଓ ।