ଓଡିଶାରେ ଚାଲିବ ଇଲେକ୍ଟ୍ରିକ୍ ବସ୍: ପ୍ରଦୂଷଣ ରୋକିବାକୁ କଟକ-ପୁରୀ-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିବ ଇ-ବସ୍

436

କନକ ବ୍ୟୁରୋ: ଖୁବ୍ ଶୀଘ୍ର କଟକ, ଭୁବନେଶ୍ୱର ଓ ପୁରୀ ଦେଇ ବିଦ୍ୟୁତ ଚାଳିତ ବସ୍ ଚଳାଚଳ କରିବ ବୋଲି ଆଜି ବିଧାନସଭାରେ ଘୋଷଣା କରିଛନ୍ତି  ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା।

ସହରରେ ଦିନକୁ ଦିନ ବାୟୁ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବାକୁ ଲାଗିଛି। ଏହି ସମସ୍ୟାକୁ ଦେଖି ରାଜ୍ୟ ସରକାର ସହର ରାସ୍ତାରେ ବିଦ୍ୟୁତ ଚାଳିତ ବସ ଚଳାଚଳ ପାଇଁ ଯୋଜନା କରୁଛନ୍ତି। ସୂଚନା ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଆଜି ବିଧାନସଭାରେ ତିନିଟି ସହରରେ ବିଦ୍ୟୁତ ବସ୍ ଚଳାଚଳ କଥା ଆଲୋଚନା କରିଛନ୍ତି। ଏ ନେଇ ଖୁବ୍ ଶୀଘ୍ର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ ବୋଲି  ବି ପ୍ରସ୍ତାବ ରହିଛି।

ଏହି ବିଦ୍ୟୁତ ବସ୍ ଭୁବନେଶ୍ୱର, କଟକ ଓ ପୁରୀ ଆଦି ସହର ଦେଇ ୧୦୦କିମି ପରିସରରେ ଚାଲିବ। ଏହି ସ୍ୱତନ୍ତ୍ର ଯୋଜନା ପାଇଁ ପ୍ରସ୍ତାବ ଦେଇଥିବା ସମସ୍ତ ସଂସ୍ଥାକୁ ଆମନ୍ତ୍ରଣ ଦିଆଯାଇଛି। ଏହି ଯୋଜନା ପରିବେଶ ପ୍ରଦୂଷଣକୁ ରୋକିବା ସହିତ ପ୍ରଦୂଷଣ ମୁକ୍ତ ପରିବହନ ବ୍ୟବସ୍ଥା ଉପଲବ୍ଧ କରାଇବ।