ସାଧରଣ ଲୋକଙ୍କୁ ଲାଗିବ ଝଟକା! ବଢ଼ିପାରେ ବିଦ୍ୟୁତ ଶୁଳ୍କ

25

କନକ ବ୍ୟୁରୋ : ବଢିପାରେ ବିଦ୍ୟୁତ ଶୁଳ୍କ । କାରଣ ସୁପ୍ରିମକୋର୍ଟ ଶୁଣାଇଛନ୍ତି ଓପିଜିସି ସପକ୍ଷରେ ରାୟ । ଗ୍ରୀଡକୋ ଓ ଓପିଜିସି ମଧ୍ୟରେ ବିଦ୍ୟୁତ କିଣା ସଂପର୍କରେ ଚୁକ୍ତି ହୋଇଥିଲା । ଯାହା ୨୧ ମେଗାୱାଟର ଦୁଇଟି ୟୁନିଟ ପାଇଁ ହୋଇଥିଲା । ତେବେ ୨୦୧୪ରେ ଓଇଆରସି ଗଠନ ହେବା ପରେ ଏହି ଚୁକ୍ତି ଆଧାରରେ ବର୍ଦ୍ଧିତ ଶୁଳ୍କ ନିୟମ ଉପରେ ଅଙ୍କୁଶ ଲାଗିଥିଲା ।

ଓଇଆରସି ନିୟମ ଅନୁସାରେ ଶୁଳ୍କ ବଢାଇବା ପାଇଁ ଓପିଜିସିକୁ ନିର୍ଦ୍ଦେଶ ମିଳିଲା । ଏନେଇ ଓପିଜିସି ଦିଲ୍ଲୀରେ ଆପିଲେଟ ଅଥରିଟିଙ୍କ ଦ୍ୱାରସ୍ଥ ହୋଇ ବିଫଳ ହୋଇଥିଲା । ହେଲେ ସୁପ୍ରିମକୋର୍ଟ ଚୁକ୍ତି ଅନୁସାରେ ଶୁଳ୍କ ବଢାଇବାର ନିର୍ଦ୍ଦେଶ ଦେଇ ଓପିଜିସି ସପକ୍ଷରେ ନିର୍ଦ୍ଦେଶ ଦେଇଥିଲେ । ଯାହାର ଆଜି ଓଇଆରସିରେ ପ୍ରଥମ ଶୁଣାଣି ଥିଲା । ତେବେ ଉଭଭୋକ୍ତା ସଂଘ ଓ ଗ୍ରୀଡକୋର ଅନୁରୋଧ ଯୋଗୁଁ ଚୂଡାନ୍ତ ଶୁଣାଣିକୁ ଅଗଷ୍ଟ ୨୧ ତାରିଖ ଯାଏ ଘୁଂଚା ଯାଇଛି । ହେଲେ ସୁପ୍ରିମକୋର୍ଟ ଓପିଜିସି ସପକ୍ଷରେ ରାୟ ଦେଇଥିବାରୁ ବିଦ୍ୟୁତ ଶୁଳ୍କ ବଢିବାର ସମ୍ଭାବନା ଦେଖାଦେଇଛି ।