ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଭୋଟ୍ ଦେଲେ ବଡ ବଡ ନେତା ! ତୃତୀୟ ପର୍ଯ୍ୟାୟ ମତଦାନରେ ୧୧୭ ଟି ସିଟରେ ମତଦାନ ଜାରି ,ଇଭିଏମ୍ ଖରାପ ନେଇ ଆସିଲା ଅଭିଯୋଗ ।

54

ଲୋକସଭା ନିର୍ବାଚନ ୨୦୧୯ର ତୃତୀୟ ପର୍ଯ୍ୟାୟ ଭୋଟିଙ୍ଗରେ ୧୫ ଟି ରାଜ୍ୟ ଏବଂ ୧୧୭ ଟି ସିଟରେ ଆଜି ଭୋଟ୍ ଦେବା ପ୍ରକ୍ରିୟା ଚାଲୁ ରହିଛି । ତୃତୀୟ ଚରଣରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମେତ ଅନେକ ରାଜନେତାଙ୍କ ଭାଗ୍ୟ ଆଜି ଜନତା ଜନାର୍ଦ୍ଦନଙ୍କ ଅଙ୍ଗୁଳି ଟିପରେ ରହିଛି ।

ଆସାମ : ୧୨.୩୬ %

ବିହାର : ୧୨.୬୦ %

ଗୋଆ : ୨.୨୯ %

ଜମ୍ମୁ-କାଶ୍ମୀର : ୦ %

କର୍ଣ୍ଣାଟକ : ୧.୫୬ %

କେରଳ : ୨.୪୮ %

ମହାରାଷ୍ଟ୍ର : ୦.୯୯ %

ଓଡିଶା : ୧.୩୨ %

ତ୍ରିପୁରା : ୧.୫୬ %

ଉତ୍ତରପ୍ରଦେଶ : ୬.୮୪ %

ପଶ୍ଚିମବଙ୍ଗ : ୧୦.୯୭ %

ଛତିଶଗଡ : ୨.୨୪ %

ଦାଦର ଏବଂ ନାଗର ହବେଲି : ୦%

ଡାମନ୍ ଏବଂ ଡିଓ : ୫.୮୩ %

ଗୁଜୁରାଟର ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଏବଂ ତାଙ୍କ ପତ୍ନୀ ସୋନଲ୍ ଶାହ ସହ ଅହମ୍ମଦାବାଦର ନରନପୁରାରେ ଭୋଟ୍ ଦେଇଛନ୍ତି ।

ଓଡିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୋଟ୍ ଦେଉଛନ୍ତି ।

ପଶ୍ଚିମବଙ୍ଗରେ ୮୭ ବର୍ଷୀୟ ମା’କୁ କାଖରେ ଉଠାଇ ଭୋଟ୍ ଦେବାକୁ ଆସିଥିବା ଜଣେ ବ୍ୟକ୍ତି ।

ଭୁବନେଶ୍ୱରରେ ଦିବ୍ୟାଙ୍ଗ ଭୋଟର ଭୋଟ୍ ଦେବାକୁ ଆସିଛନ୍ତି ।

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ଋପାଣୀ ଏବଂ ତାଙ୍କ ପତ୍ନୀ ଅଜଂଳୀ ଭୋଟ୍ ଦେଉଛନ୍ତି ।

ଓଡିଶାର ପୂର୍ବ ଆଇଏଏସ୍ ଅଧିକାରୀ ଏବଂ ଭୁବନେଶ୍ୱର ବିଜେପି ପ୍ରାର୍ଥୀ ଅପରାଜିତା ଷଢଙ୍ଗୀ ଭୋଟ୍ ଦେଉଛନ୍ତି ।

ଗୁଜୁରାଟରେ ପିଏମ୍ ମୋଦି ଅହମ୍ମଦାବାଦର ରାନୀପ୍ ରେ ସେକେଣ୍ଡ୍ରୀ ସ୍କୁଲରେ ଭୋଟ୍ ପକାଇଥିଲେ । ବିଜେପି ଅଧ୍ୟକ୍ଷ ଅମିତ ଶାହ୍ ମଧ୍ୟ ଉପସ୍ଥିତ ଥିଲେ ।

Comments are closed.