ନିର୍ବାଚନ ପୂର୍ବରୁ ଭୁଶୁଡୁଛି ବିଜେପିର ଦୁର୍ଗ ! ‘ପଦ୍ମ’ ଛାଡି ‘ଶଂଖ’ ଧରିଲେ ଭୁବନେଶ୍ୱର ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ କୋଷାଧ୍ୟକ୍ଷାଙ୍କ ସମେତ ୫ଶହରୁ ଅଧିକ କର୍ମୀ

462

କନକ ବ୍ୟୁରୋ: ବିଜେଡିରେ ମିଶିଛନ୍ତି ଭୁବନେଶ୍ବର ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ କୋଷାଧ୍ୟକ୍ଷା ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ସହ ୫୦୦ରୁ ଅଧିକ ମହିଳା ଓ ଯୁବମୋର୍ଚ୍ଚାର ସଦସ୍ୟ । ଭୁବନେଶ୍ବର ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ବରେ ହୋଇଥିବା ଏହି ମିଶ୍ରଣ ପର୍ବରେ ବିଜେପି ଛାଡ଼ିଥିବା ନେତା, ନେତ୍ରୀ ଓ କର୍ମୀମାନେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ମିଶିଥିଲେ। ଏଥିରେ ବିଜେଡିର ବହୁ ନେତାଙ୍କ ସମେତ ପୂର୍ବତନ କର୍ପୋରେଟର ନବ କିଶୋର ବେହେରା ମଧ୍ୟ ଉପସ୍ଥିତ ଥିଲେ।