ନବରଙ୍ଗପୁରରେ ହେବ ମହାଲଢେଇ । ନିର୍ବାଚନୀ ମଇଦାନରେ ପରସ୍ପରକୁ ଟକ୍କର ଦେବେ ୩ ହେଭିୱେଟ୍ ନେତା । କିଏ ମାରିବ ବାଜି ?

238

କନକ ବ୍ୟୁରୋ: ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ମଧ୍ୟ ବଡ ଧରଣର ଲଢେଇ ଦେଖିବାକୁ ମିଳିବ । କାହିଁକି ନା ନବରଙ୍ଗପୁର ଲୋକସଭା କ୍ଷେତ୍ରରୁ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି. ବିଜେଡିରୁ ରମେଶ ମାଝୀ, ବିଜେପିରୁ ବଳଭଦ୍ର ମାଝୀ ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ । ଏହି ନିର୍ବାଚନ ମଣ୍ଡଳୀର ଆଗାମୀ ନିର୍ବାଚନ ବେଶ୍ ରୋଚକ ସ୍ଥିତିରେ ପହଁଚିଛି । ଗତ ନିର୍ବାଚନରେ ମାତ୍ର ୨ହଜାର ଭୋଟରେ ହାରିଯାଇଥିବା ପ୍ରଦୀପ ମାଝୀଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି କଂଗ୍ରେସ ।

ଅନ୍ୟପଟେ ବିଜେଡି ଦଳ ଛାଡିବା ପରେ ବିଜେପିରେ ସାମିଲ ହୋଇ ଟିକେଟ୍ ହାତେଇଛନ୍ତି ସାଂସଦ ବଳଭଦ୍ର ମାଝୀ । ସେ ବିଜେପି ଭୋଟକୁ ସବୁ ନେବା ପରେ ଯଦି ବିଜେଡି ଭୋଟକୁ ବିଭାଜନ କରନ୍ତି ତେବେ କିଏ ବିଜୟୀ ହେବେ ତାହା କହିହେବନାହିଁ । ସେହିପର ମନ୍ତ୍ରୀ ରମେଶ ମାଝୀଙ୍କୁ ବିଜେଡି ଟିକେଟ ଦେଇ ଲଢ଼େଇକୁ ଆହୁରି ଜୋରଦାର କରିଛି । କାରଣ ରମେଶଙ୍କ ବାପାଙ୍କ ଅମଳରୁ ଏହି ଆସନରେ ତାଙ୍କର ବେଶ୍ ଦବଦବା ରହିଛି । ବଳଭଦ୍ର ମାଝିଙ୍କ ସ୍ଥାନରେ ବିଜୁ ଜନତା ଦଳ ରମେଶ ମାଝିଙ୍କୁ ପ୍ରାର୍ଥୀ କରିଛି । ରମେଶ ମାଝି ଝରିଗାଁରୁ ନିର୍ବାଚିତ ହୋଇଥିଲେ ଏବଂ ମନ୍ତ୍ରୀ ହିସାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ କାର୍ଯ୍ୟ କରୁଥିଲେ କିନ୍ତୁ ତାଙ୍କୁ ଦିଲ୍ଲୀ ପଠାଇବାକୁ ଦଳ ଚିନ୍ତା କରିଛି ।

ଯଦି ନବରଙ୍ଗପୁରର ଭୋଟ ଏବଂ ସଂସଦୀୟ କ୍ଷେତ୍ର ଉପରେ ନଜର ପକାଇଥିବା ତେବେ ୨୦୧୪ରେ ଯିଏ ନିର୍ବାଚନ ଲଢିଥିଲେ ପର୍ଶୁରାମ ମାଝି ତାଙ୍କୁ ଦଳ ଏଠି ଟିକେଟ ଦେଇନାହିଁ । କାରଣ ୨୦୧୪ରେ ସେ ପାଖାପାଖି ୧୧ ପ୍ରତିଶତ ଭୋଟ ପାଇଥିଲେ । ସେପଟେ ଯଦି ରମେଶ ମାଝି ଏବଂ ବଳଭଦ୍ର ମାଝିଙ୍କ ମଧ୍ୟରେ ଯଦି ତୁଳନା କରାଯାଏ ତେବେ ଉଭୟଙ୍କ ଭୋଟ ପ୍ରତିଶତରେ ମାତ୍ର ପଏଂଟ ୧୫ ପ୍ରତିଶତ ଅନ୍ତର ରହିଥିଲା । ୨୮ଦଶମିକ୮୨ ପାଇଥିଲେ ବଳଭଦ୍ର ମାଝି ଏବଂ ପ୍ରଦୀପ ମାଝି ଭୋଟ ପାଇଥିଲେ ୨୮ ଦଶମିକ ୬୭ ପ୍ରତିଶତ ଭୋଟ । ଯାହାକି ଯଥେଷ୍ଟ କମ ରହିଥିଲା । ବର୍ତ୍ତମାନ ଯେଉଁ ପରିବର୍ତିତ ପରିସ୍ଥିତି ଦେଖିବାକୁ ମିଳିଛି । ବଳଭଦ୍ର ମାଝି ଯେଉଁ ଭୋଟ ପାଇଥିଲେ ସରକାରୀ ଚାକିରି ଛାଡି ବିଜେଡି ଟିକେଟରୁ ନିର୍ବାଚିତ ହୋଇଥିଲେ । ତେବେ ରାଜନୀତିର ଏହି ପରିବର୍ତ୍ତିତ ସ୍ଥିତି ଭିତରେ ବଳଭଦ୍ର ମାଝି ନିଜ ସଂଗଠନକୁ ସୁଦୃଢ କରିପାରିବେ କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।