ଟ୍ରେଣ୍ଡ ଅନୁସାରେ ବିଜେଡିକୁ ବହୁମତ: ୧୧ଟା ସୁଦ୍ଧା ୧୦୫ଟି ଆସନରେ ଆଗରେ ରହିଛି ବିଜୁ ଜନତା ଦଳ, ପଛରେ ପଡିଲେ ବିରୋଧୀ

ମ୍ୟାଜିକ ନମ୍ବର ସଂଖ୍ୟା ଡେଇଁଲା ବିଜୁ ଜନତା ଦଳ

334

କନକ ବ୍ୟୁରୋ: ଟ୍ରେଣ୍ଡ ଅନୁସାରେ ବିଜେଡିକୁ ମିଳିଛି ବହୁମତ । ଦିନ ୧୧ଟା ସୁଦ୍ଧା ମତ ଗଣନା ହୋଇଥିବା ୧୦୫ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ବିରୋଧୀଙ୍କ ପଛରେ ପକାଇ ଆଗକୁ ମାଡି ଚାଲିଛି ବିଜୁ ଜନତା ଦଳ । ଟ୍ରେଣ୍ଡ ଅନୁଯାୟୀ , ଏହି ସବୁ  କ୍ଷେତ୍ରରୁ ବିଜେଡିକୁ ୭୫ଟି ଆସନ ମିଳିଥିବା ବେଳେ ବିଜେପିକୁ ୧୮ ଏବଂ  ୧୩ଟି ଆସନରେ ଆଗରେ ରହିଛି କଂଗ୍ରେସ ।

ଦିନ ୧୧ଟା ସୁଦ୍ଧା ଖଣ୍ଡପଡା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଆଗୁଆ ଥିବା ବେଳେ ଖୋର୍ଧାରେ ବିଜେଡି ବିଧାନସଭା ପ୍ରାର୍ଥୀ ଜିତୁ ମିତ୍ର । ବେଳେ ବ୍ରହ୍ମଗିରିରୁ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମା ପଛରେ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଆଗରେ । ପିପିଲି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ଆଗୁଆ । କାକଟପୁର ବିଧାନସଭା ଆସନରେ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ତୁଷାରକାନ୍ତି ବେହେରା । ସେହିଭଳି ରଣପୁରରେ ବିଜେପି ବିଧାନସଭା ପ୍ରାର୍ଥୀ  ସୁରମା ପାଢୀ ଆଗୁଆ । ଧର୍ମଶାଳା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ଆଗୁଆ।ବଡସାହିରୁ ବିଜେପି ବିଧାନସଭା ପ୍ରାର୍ଥୀ ସନାତନ ବିଜୁଳି ଆଗରେ ରହିଛନ୍ତି । ଉମରକୋଟରେ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ଆଗୁଆ। ତେବେ ଚତୁର୍ଥ ରାଉଣ୍ଡ ସୁଦ୍ଧା ପୁରୀ ଲୋକସଭା  ନିର୍ବାଚନୀ ମଣ୍ଡଳୀରେ ବିଜେଡି ସାଂସଦ ପ୍ରାର୍ଥୀ ପୀନାକି ମିଶ୍ର ଆଗୁଆ ଅଛନ୍ତି ।