ପିପିଲିରେ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଅଭିଯୋଗ : ଫାର୍ମ ହାଉସକୁ ଚଢାଉ ପାଇଁ ଯିବାବେଳେ ଫ୍ଲାଇଂସ୍କାର୍ଡ ଟିମ ଆକ୍ରୋଶର ଶିକାର, ପୁରୀ ଜିଲ୍ଲାପାଳଙ୍କ ତଦନ୍ତ

639

କନକ ବ୍ୟୁରୋ : ପିପିଲିରେ ଫ୍ଲାଇଙ୍ଗସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଅଭିଯୋଗ । ମାଜିଷ୍ଟ୍ରେଟଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସେହିପରି ଫ୍ଲାଇଙ୍ଗସ୍କ୍ୱାର୍ଡ ଟିମର କ୍ୟାମେରାମ୍ୟାନ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏକ ଫାର୍ମହାଉସକୁ ଚଢ଼ାଉ ପାଇଁ ଯିବାବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପୁରୀ ଜିଲ୍ଲାପାଳ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛନ୍ତି ।

ସୂଚନାଯୋଗ୍ୟ ରାତି ପ୍ରାୟ ସାଢ଼େ ୧୨ଟା ବେଳେ ପିପିଲିରେ ନିର୍ବାଚନ ଫ୍ଲାଇଙ୍ଗ୍ ସ୍କ୍ବାଡ୍, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ଓ ବିଡିଓ ସର୍ଭେଲାନ୍ସ ଟିମ୍ ଉପରେ ଆକ୍ରମଣ ହୋଇଛି । ଏଥିରେ ତିନି ଟିମର ୫ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଫ୍ଲାଇଙ୍ଗ୍ ସ୍କ୍ବାଡ୍ ଅଫିସର ରବିନାରାୟଣ ପାତ୍ର, ବିଡିଓ ସର୍ଭେଲାନ୍ସ ଟିମର ଭିଡିଓଗ୍ରାଫର ପୂର୍ଣ୍ଣଚନ୍ଦ୍ର ଦାସ ଓ ସୁଶାନ୍ତ ପ୍ରଧାନଙ୍କ ଅବସ୍ଥା ଭଲ ନାହିଁ । ଘଟଣାସ୍ଥଳରେ ପିପିଲି ପୁଲିସ ସହ ଗୋଟିଏ ପ୍ଲାଟୁନ ଫୋର୍ସ ପହଞ୍ଚିଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।