ନୂଆପଡ଼ାରେ ନିର୍ବାଚନୀ ହିଂସା ! ବିଜେପି କର୍ମୀଙ୍କ ଆକ୍ରମଣରେ ବିଜେଡି ପ୍ରାର୍ଥୀ ରାମନରେଶ ଅହିରଙ୍କ ସମେତ ୩ ଜଣ ଲହୁଲୁହାଣ

27

କନକ ବ୍ୟୁରୋ : ନୂଆପଡାରେ ନିର୍ବାଚନୀ ହିଂସା । ଜିଲ୍ଲାର ୨ ନମ୍ବର ଜିଲ୍ଲାପରିଷଦ ଜୋନରେ ନିର୍ବାଚନୀ ହିଂସା ଦେଖାଦେଇଛି । ବିଜେପି କର୍ମୀଙ୍କ ଆକ୍ରମଣରେ ବିଜେଡି ପ୍ରାର୍ଥୀ ରାମନରେଶ ଅହିରଙ୍କ ସମେତ ୩ ଜଣ ଲହୁଲୁହାଣ ହୋଇଛନ୍ତି । ୨ଜଣ ନୂଆପଡ଼ା ଡାକ୍ତରଖାନାରେ ଭର୍ତି ହୋଇଥିବାବେଳେ ଅନ୍ୟ ଜଣକୁ ରାୟପୁର ସ୍ଥାନାନ୍ତର କରାଯାଇଛି । ଏ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।