କନକ ବ୍ୟୁରୋ : ଢେଙ୍କାନାଳ ଗଁଦିଆ କୁସୁଦାରେ ରାଜନୈତିକ ହିଂସା । ୩ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣକର ମୃତ୍ୟୁ ହୋଇଛି । ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି ମାୟାଧର ପ୍ରଧାନ । ଗୁରୁତର ବିଚିତ୍ରାନନ୍ଦ ପ୍ରଧାନଙ୍କୁ ବରପଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।