ରାଜ୍ୟରେ ଭୟଙ୍କର ହେଲାଣି ନିର୍ବାଚନୀ ହିଂସା : ନିରପେକ୍ଷ ,ଅବାଧ ନିର୍ବାଚନ ନେଇ ଉଠିଲାଣି ପ୍ରଶ୍ନ

20

କନକ ବ୍ୟୁରୋ : ପଂଚାୟତ ନିର୍ବାଚନରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାକୁ ଆହୁରି ୪ଦିନ ବାକି ଅଛି ।ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହେବା ପୂର୍ବରୁ ରାଜ୍ୟରେ ନିର୍ବାଚନୀ ହିଂସା ଭୟଙ୍କର ରୂପ ଧାରଣ କରିଛି । ଦକ୍ଷିଣ ଓଡିଶାରୁ ଉପକୂଳ ଓଡିଶା, ଏପଟେ ଉତର ଓଡିଶାରୁ ପଶ୍ଚିମ ଓଡିଶା ଯାଏ ନିର୍ବାଚନ ଜନିତ ହିଂସା କାଣ୍ଡ ଘଟିଛି । ହତ୍ୟା , ଅପହରଣ ସାଂଗକୁ ଗର୍ଜିଲାଣି ବନ୍ଧୁକ । ସ୍ଥିତି ଏତେ ସାଂଘାତିକ ଯେ ପ୍ରାର୍ଥୀଙ୍କ ମନ ଡରରେ କମ୍ପୁଛି ।