ସକାଳ ୯ଟା ୪୫ ସୁଦ୍ଧା ୩୪ଟି ଆସନରେ ବିଜେଡି ଆଗରେ । ବିଜେପି ୬ ଏବଂ କଂଗ୍ରେସ ଗୋଟିଏ ଆସନରେ ଆଗରେ

332

କନକ ବ୍ୟୁରୋ: ଆରମ୍ଭରୁ ସଙ୍କେତ ବିଜେଡି ଆଡ଼କୁ ଇସାରା କରିଛି । ପ୍ରଥମ ଟ୍ରେଣ୍ଡିଂରେ ବିଜେଡିର ସୁନାମୀ ଦେଖିବାକୁ ମିଳିଛି । ସକାଳ ୯ଟା ୪୫ ସୁଦ୍ଧା ମିଳିଥିବା ସୂଚନାରେ ରାଜ୍ୟର ଉଭୟ ଲୋକସଭା ଏବଂ ବିଧାନସଭାରେ ବିଜେଡି ପ୍ରାର୍ଥୀ ଆଗୁଆ ଥିବା ଜଣାପଡିଛି । ସେହିପରି ୪୩ଟି ବିଧାନସଭା ଆସନରୁ ୩୪ଟି ଆସନରେ ବିଜେଡି ଆଗୁଆ ଥିବା ବେଳେ ୬ଟି ଆସନରେ ବିଜେପି ଏବଂ ଗୋଟିଏ ଆସନରେ କଂଗ୍ରେସ ଆଗୁଆ ରହିଛି ।

ଆଜି ସକାଳ ୮ଟାରୁ ରାଜ୍ୟର ୬୩ଟି ଭୋଟ୍ ଗଣତି କେନ୍ଦ୍ରରେ ଗଣତି ଆରମ୍ଭ ହୋଇଛି। ଓଡ଼ିଶାର ଟ୍ରେଣ୍ଡ ସାମ୍ନାକୁ ଆସିଛି । ଭୋଟ ଗଣତିକୁ ନେଇ ସାରା ରାଜ୍ୟରେ ସରଗରମ ସ୍ଥିତି ଉପୁଜିଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ରାଉଣ୍ଡ ସୁଦ୍ଧା ସୋନପୁରରେ ବିଜେଡି ପ୍ରାର୍ଥୀ ନିରଂଜନ ପୂଜାରୀ ଆଗୁଆ । ଦେବଗଡ ଓ ଦଶପଲ୍ଲାରେ ବିଜେଡି ଆଗୁଆ, ବୀରମିତ୍ରପୁରରେ ବିଜେପି ଆଗୁଆ । ଲୋଇସିଂହାରେ ବିଜେଡି ପ୍ରାର୍ଥୀ ପ୍ରଦୀପ ବେହେରା ୨୯୩ ଭୋଟରେ ଆଗୁଆ । ଝାରସୁଗୁଡାରୁ ବିଜେଡି ପ୍ରାର୍ଥୀ ନବ ଦାସ, ଭଟଲିରୁ ସୁଶାନ୍ତ ସିଂ, ବ୍ରଜରାଜନଗରରୁ କିଶୋର ମହାନ୍ତି ଆଗୁଆ ।ପ୍ରଥମ ରାଉଣ୍ଡ ସୁଦ୍ଧା ଚିଲିକାରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଆଗୁଆ।