ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ସମ୍ଭାବନା ! ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ହୋଇପାରେ ମତଦାନ

26

କନକ ବ୍ୟୁରୋ : ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ଜାରି ହୋଇପାରେ ବିଜ୍ଞପ୍ତି । ଉତର ପ୍ରଦେଶ , ଉତ୍ତରାଖଣ୍ଡ, ଗୋଆ, ମଣିପୁର ଓ ପଂଜାବରେ ନିର୍ବାଚନ ହେବ । ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ହେବା ସମ୍ଭାବନା ରହିଛି ।

ଅନ୍ୟ ରାଜ୍ୟଗୁଡିକରେ ଗୋଟିଏ ଦିନରେ ଭୋଟ ହୋଇପାରେ । ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ଶେଷ କରିବା ପାଇଁ ନିର୍ବାଚନ କମିଶନ ସମସ୍ତ ପ୍ରସ୍ତୁତି ଜାରି ରଖିଛନ୍ତି । ଆଜି ତାରିଖ ଘୋଷଣା ପରେ ଚିତ୍ର ସ୍ପଷ୍ଟ ହେବ ।