ଶେଷ ହେଲା ନାମାଙ୍କନ ପତ୍ର ଦାଖଲ :୨୧ରେ ପ୍ରକାଶ ପାଇବ ଚୂଡାନ୍ତ ତାଲିକା

18

କନକ ବ୍ୟୁରୋ : ଶେଷ ହୋଇଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ । ଏହି ନିର୍ବାଚନ ପାଇଁ ସାରା ରାଜ୍ୟରେ ମୋଟ ୨ ଲକ୍ଷ ୨୦ ହଜାର ୭୮୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରେ ୱାର୍ଡ ମେମ୍ବର ପ୍ରାର୍ଥୀ ରହିଛନ୍ତି ୧ ଲକ୍ଷ ୫୬ ହଜାର ୮୬ ଜଣ । ସରପଂଚ ପାଇଁ ୩୩ ହଜାର ୩୪୮ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।

ସେହିପରି ସମିତି ସଭ୍ୟ ପ୍ରାର୍ଥୀ ଭାବେ ୨୭ ହଜାର ୪୭୫ ନୋମିନେସନ କରିଥିବା ଜଣାପଡିଛି । ତେବେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ୩ ହଜାର ୮୮୦ ଜଣ । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆସନ୍ତା ୨୧ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

ଏହାସହ ଦେଖନ୍ତୁ ଏହି ଭିଡିଓ –