୨୦୧୯ ନିର୍ବାଚନ ଜିତିବାକୁ ବିଜେପିର ଏହା ମାଷ୍ଟରପ୍ଲାନ । ସଫଳ ହେବେ କି ମୋଦି?

39

ଭାରତୀୟ ଜନତା ପାର୍ଟି (ବିଜେପି) ଆଗାମୀ ବର୍ଷ ହେବାକୁ ଯାଉଥିବା ଲୋକସଭା ନିର୍ବାଚନ ପାଇଁ ଏବେଠାରୁ ଜିତିବା ପାଇଁ ଅଣ୍ଟା ଭିଡିଲାଣି । ୨୦୧୯ ରେ ବିଜେପି ସେହି ୯୦ ଟି ସିଟ୍ ଉପରେ ନଜର ଦେଉଛି ଯେଉଁଠି ପୂର୍ବବର୍ଷ ଦ୍ୱିତୀୟ ସ୍ଥାନରେ ଥିଲା । ଏଥିପାଇଁ କେନ୍ଦ୍ରର ବରିଷ୍ଠ ନେତା ମାନଙ୍କୁ ୫ ଟି ଶ୍ରେଣୀରେ ବିଭକ୍ତ କରି ଅଭିଯାନ ଜାରି ରଖିବ ବିଜେପି । ୨୦୧୪ ରେ ଜିତିଥିବା ୨୮୩ ସିଟ୍ ସହ ବିଜେପି ଆଉ ୯୦ ସିଟ୍ ଉପରେ ଆଖି ଲଗାଇ ବସିଛି ଯେଉଁଥିରେ ପୂର୍ବ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିଲା । ପାର୍ଟିର ଧ୍ୟାନ ସେହି ୧୪୨ ସିଟ୍ ଉପରେ ମଧ୍ୟ ରହିଛି ଯେଉଁଥିରେ ବିଜେପି କେବେ ବିଜୟ ହାସଲ କରିପାରିନି । ଏହି ସବୁ ସିଟ୍ ପଶ୍ଚିମବଙ୍ଗ, ଓଡିଶା, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ରହିଅଛି ।
ଚଳିତ ମାସରୁ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଅଲଗା ଅଲଗା ପ୍ରଦେଶରୁ ୫-୫ ଲୋକସଭା ସିଟରୁ ନିଜର ଅଭିଯାନ ଆରମ୍ଭ କରିବେ । ଏପ୍ରିଲ ପହିଲାରୁ ୨ ଦିନ ପାଇଁ ଓଡିଶା ଗସ୍ତରେ ଆସି ସେ ୫ ଟି ଲୋକସଭା ସିଟ୍ କଭର କରିଥିଲେ । ଏହି ଗସ୍ତରେ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବା,ରୋଡ୍ ର୍ୟାଲି କରି ପ୍ରଚାର କରିବା ଭଳି କାର୍ଯ୍ୟକ୍ରମ ଶାହାଙ୍କ ତରଫରୁ ଦେଖାଦେଇଥିଲା । ଏହାପରେ ସେ ଉତ୍ତାରପ୍ରଦେଶ ଗସ୍ତରେ ଯାଇଥିଲେ । ଯେଉଁଠି ଅମେଠୀ, ପ୍ରତାପଗ. ସୁଲତାନପୁର ଭଳି ସ୍ଥାନରେ ର୍ୟାଲି କରି ଶାହା ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ । ମେ ମାସରେ ଶାହା ରାଜସ୍ଥାନରେ ନିଜର ବାଜି ଖେଳିବାକୁ ସ୍ଥିର କରିଛନ୍ତି । ନିକଟରେ ଉପନିର୍ବାଚନ ସମୟରେ ଲୋକସଭାର ୨ଟି ସିଟରୁ ପାର୍ଟିକୁ ହାରିବାର ଦେଖାଯାଇଛି । ପାର୍ଟିକୁ ମଜବୁତ କରିବା ପାଇଁ ‘ଶକ୍ତି କେନ୍ଦ୍ର’ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ପାର୍ଟିରୁ ସ୍ଥିର କରାଯାଇଥିବା ମନ୍ତ୍ରୀମାନଙ୍କ ମଧ୍ୟରୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ଜେ.ପି.ନଡ୍ଡା, ଧର୍ମେନ୍ଦ୍ର ପ୍ରଧାନ, ପ୍ରକାଶ ଜାବଡେକର, ମନୋଜ ସିହ୍ନା, ନରେନ୍ଦ୍ର ସିଂହ ତୋମର, ପି.ପି ଚୌଧୁରୀ, ଗଜେନ୍ଦ୍ର ସିଂହ ଶିଖାୱତଙ୍କ ନାଁ ରହିଛି । ଯୁବଗୋଷ୍ଠୀଙ୍କ ବଡ ପରିମାଣର ସଂଖ୍ୟାକୁ ଦେଖି ବିଜେପି ଏହି ଯୁବଗୋଷ୍ଠୀଙ୍କ ଉପରେ ଅଧିକ ଫୋକସ୍ କରୁଛି । ଏହାକୁ ଦେଖି ବିଜେପି ‘ହର୍ ବୁଥ୍ ଦଶ୍ ୟୁଥ୍’ନାମକ ଏକ କ୍ୟାମ୍ପେନ୍ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି ।