୫ଟି ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା : ୭ଟି ପର୍ଯ୍ୟାୟରେ ହେବ ମତଦାନ

22

କନକ ବ୍ୟୁରୋ : ୫ଟି ରାଜ୍ୟ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ଉତରପ୍ରଦେଶ, ଗୋଆ, ମଣିପୁର, ପଂଜାବ ଓ ଉତରାଖଣ୍ଡ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଏହି ୫ଟି ରାଜ୍ୟରେ ୭ଟି ପର୍ଯ୍ୟାୟରେ ମତଦାନ ହେବ । ତାରିଖ ଘୋଷଣା ସହ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ।

୫ଟି ରାଜ୍ୟରେ ମତାଧିକାର ସାବ୍ୟସ୍ତ କରିବେ ପାଖାପାଖି ୧୬କୋଟି ଭୋଟର । ଉତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ୪୦୩ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।

ଫେବ୍ରୁଆରୀ ୧୧ତାରିଖରେ ଉତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆୟୋଜିତ ହେବ । ଏହାପରେ ପର୍ଯ୍ୟାୟକ୍ରମେ ଫେବୃଆରୀ ୧୫,୧୯,୨୩,୨୭ ଓ ମାର୍ଚ୍ଚ ୪ଓ ୮ତାରିଖରେ ମତଦାନ ହେବ ।

ମାର୍ଚ୍ଚ ୧୧ତାରିଖରେ ପ୍ରତି ରାଜ୍ୟର ମତଗଣନା ହେବ । ଏହାସହ ନିର୍ବାଚନ ପାଇଁ ଖର୍ଚ୍ଚ ବ୍ୟୟ ଉପରେ ମଧ୍ୟ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ । ୨୦ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କଲେ ତାହା ଚେକ୍ ମାଧ୍ୟମରେ ଦେବାକୁ ପଡିବ । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :