ନିର୍ବାଚନ ବେଳେ ଭବିଷ୍ୟବାଣୀ ଉପରେ ଲାଗିଲା କଟକଣା ! ଅନୁମାନ ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ

25

କନକ ବ୍ୟୁରୋ : ଏଣିକି ନିର୍ବାଚନ ବେଳେ କରାଯାଇପାରିବନି ଭବିଷ୍ୟବାଣୀ । ନିର୍ବାଚନ ଚାଲିଥିବା ବେଳେ ଏକଜିଟ୍ ପୋଲ୍ କିମ୍ବା କୌଣସି ପ୍ରକାର ଭବିଷ୍ୟବାଣୀ ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ୍ । ନିର୍ବାଚନ ଫଳାଫଳକୁ ନେଇ ଭବିଷ୍ୟବାଣୀ କିମ୍ବା ଅନୁମାନ କଲେ ଏହାକୁ ଆଚରଣ ବିଧିର ଉଲଂଘନ ଭାବେ ବିଚାର କରାଯିବ ବୋଲି କହିଛନ୍ତି ନିର୍ବାଚନ କମିଶନ ନସିମ୍ ଜୈଦି ।

ଏକଜିଟ୍ ପୋଲ୍ ଉପରେ କଟକଣା ବେଳେ ଟାରୋ କାର୍ଡ କିମ୍ବା ରାଜନୈତିକ ପଣ୍ଡିତଙ୍କୁ କୌଣସି ପ୍ରକାର ଭବିଷ୍ୟବାଣୀ ନକରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଯଦି ଏପରି ହୁଏ ତେବେ ସଂପୃକ୍ତ ଜ୍ୟୋତିଷଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କମିଶନ ଚେତାବନୀ ଦେଇଛନ୍ତି । ଉତରପ୍ରଦେଶ ନିର୍ବାଚନ ବେଳେ ଏକ ୱେବ ପୋର୍ଟାଲ ନିର୍ଦ୍ଧାରିତ ସମୟ ପୂର୍ବରୁ ଏକଜିଟ୍ ପୋଲ୍ ଜାରି କରିବା ପରେ ଏହାର ସଂପାଦକଙ୍କୁ ଗିରଫ କରାଯାଇଥିଲା ।