ନିର୍ବାଚନ କମିସନ ଖପ୍ପା ! ୨୪ ହଜାରରୁ ୨ ଲକ୍ଷକୁ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିଲେ ନିର୍ବାଚନ କମିସନ

20

କନକ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଜାତୀୟ ନିର୍ବାଚନ କମିସନ ମୁହାଁମୁହିଁ ହୋଇଛନ୍ତି । ପ୍ରାର୍ଥୀଙ୍କ ସପ୍ତାହିକ ଟଙ୍କା ଉଠାଣ ସୀମା ବୃଦ୍ଧି ପାଇଁ ଆରବିଆଇକୁ ପ୍ରସ୍ତାବ ଦେଇଥିଲେ ନିର୍ବାଚନ କମିସନ । ହେଲେ ଆରବିଆଇ ପ୍ରସ୍ତାବକୁ ଖାରଜ କରିଦେବାରୁ ନିର୍ବାଚନ କମିସନ କ୍ଷୁବ୍ଧ ହୋଇଛନ୍ତି । ଏନେଇ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଉର୍ଜିତି ପଟେଲଙ୍କୁ ଚିଠି ଲେଖି ନିର୍ବାଚନ କମିସନ ଚିନ୍ତା ପ୍ରକଟ କରିଛନ୍ତି ।

ଚିଠିରେ ଲେଖିଛନ୍ତି ଆରବିଆଇ ସ୍ଥିତିର ଗମ୍ଭିରତାକୁ ବୁଝିପାରି ନାହିଁ । ସ୍ୱତନ୍ତ୍ର ଓ ନିରପେକ୍ଷ ନିର୍ବାଚନ କରେଇବା ଓ ସମସ୍ତ ପ୍ରାର୍ଥୀଙ୍କୁ ସମାନ ସୁବିଧା ଦେବା ନିର୍ବାଚନ କମସନଙ୍କ ସାମ୍ବିଧାନିକ ଅଧିକାର । ତେଣୁ ପ୍ରାର୍ଥୀଙ୍କ ଟଙ୍କା ଉଠାଣ ସୀମା ବୃଦ୍ଧି ପ୍ରସ୍ତାବ ଉପରେ ପୁର୍ନବିଚାର କରିବାକୁ ଆରବିଆଇକୁ କହିଛନ୍ତି ଇଲେକ୍ସନ କମିସନ । ବିଧାନସଭା ନିର୍ବାଚନ ଆଗରୁ ପ୍ରାର୍ଥୀଙ୍କ ଟଙ୍କା ଉଠାଣ ସୀମା ୨ ଲକ୍ଷ ଟଙ୍କା କରିବାକୁ ଆରବିଆଇକୁ ପ୍ରସ୍ତାବ ଦେଇଥିଲେ ନିର୍ବାଚନ କମିସନ ।

ବିମୁଦ୍ରାକରଣ ପରେ ଗୋଟିଏ ଆକାଉଂଟରୁ ସପ୍ତାହକୁ ୨୪ ହଜାର ଟଙ୍କା ଉଠାଣ ସୀମା ରହିଛି । ତେଣୁ ୨୪ ହଜାର ଟଙ୍କାରେ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ଉଠାଇବା ସମ୍ଭବ ନୁହେଁ ବୋଲି ଇସି କହିଥିଲେ । ପ୍ରସ୍ତାବକୁ ଖାରଜ କରି ଆରବିଆଇ କହିଛି ୨୪ ହଜାରରୁ ସିଧା ୨ ଲକ୍ଷ ଟଙ୍କା ଯାଏଁ ବୃଦ୍ଧି କରାଯାଇପାରିବ ନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-