ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ! ସରକାରୀ ଯୋଜନାର ବିଜ୍ଞାପନ ଉପରେ ରୋକ୍ ଲଗାଇଲ୍ ନିର୍ବାଚନ କମିଶନ

27

କନକ ବ୍ୟୁରୋ: ସରକାରୀ ଖର୍ଚ୍ଚରେ କେନ୍ଦ୍ରୀୟ ଯୋଜନାର ପ୍ରଚାର ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ । ଏହାକୁ ତୁରନ୍ତ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ନିର୍ବାଚନ କମିଶନ୍ । ସେହିପରି ପିଡିଏସ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ସଫଳତା ପୁସ୍ତିକା ଆଇନା ବଂଟନ ଉପରେ ତୀକ୍ଷିଣ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଡିସେମ୍ବର ୨୭ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ପରେ ସାରା ରାଜ୍ୟରେ ଆଦର୍ଶ ଆଚରଣ ବିଧି ଜାରି କରାଯାଇଛି । ଆଉ ଆଚରଣ ବିଧି ବଳବତ୍ତର ଥିବାବେଳେ ବିଭିନ୍ନ ଗଣମାଧ୍ୟମରେ କେନ୍ଦ୍ରୀୟ ଯୋଜନାର ପ୍ରସାରଣ ନେଇ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ସେହିପରି ଶିଶୁ ବିକାଶ ଅଧିକାରୀ ନିର୍ବାଚନ ପ୍ରଚାର କାର୍ଯ୍ୟରେ ସଂପୃକ୍ତ ରହିବା ଓ ବିଭିନ୍ନ ଜିଲ୍ଲାରେ ପିଛିଲା ଭାବେ କାର୍ଯ୍ୟାଦେଶ ପ୍ରଦାନ ନେଇ ଅଭିଯୋଗର ବିଚାର କରି ନିର୍ବାଚନ କମିଶନ ଏଭଳି ତାଗିଦ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓକୁ –