ପ୍ରଚାର ପାଇଁ ମନଇଚ୍ଛା ଟଙ୍କା ଲୁଟାଇ ପାରିବେ ନାହିଁ ନେତା ! ସମସ୍ତ ରାଜନୈତିକ ଦଳ ଉପରେ ନିର୍ବାଚନ କମିସନଙ୍କ ତୀକ୍ଷ୍ଣ ନଜର

101

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ପର୍ବ ସେତିକି ଜୋର ଧରିଛି । ଆଉ ଏବେ ନିର୍ବାଚନ ପାଇଁ ଦେଶରେ ପୁଳା ପୁଳା ଟଙ୍କା ଉଡ଼ିବ । ସତ୍ତାକୁ ଆସିବା ପାଇଁ ନେତାମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବେ । ତେବେ ସ୍ୱଚ୍ଛ ନିର୍ବାଚନ ପାଇଁ ଚେଷ୍ଟା କରୁଛି ନିର୍ବାଚନ ନିର୍ବାଚନ କମିସନ୍ । ସମସ୍ତ ରାଜନୈତିକ ଦଳ ଉପରେ ନିର୍ବାଚନ କମିସନଙ୍କ ରହିଛି କଡ଼ା ନଜର । ନିର୍ବାଚନ କମିସନ୍ ୧୫୦ଟି ସମ୍ବେଦନଶୀଳ ଲୋକସଭା କ୍ଷେତ୍ର ଚିହ୍ନଟ କରିଛନ୍ତି, ଯେଉଁଠି ନିର୍ବାଚନ ସମୟରେ ଅଧିକ ଟଙ୍କା କାରବାର ହୁଏ । ପ୍ରଥମ ଥର ପାଇଁ ନିର୍ବାଚନ କମିସନ୍ ସବୁ ସମ୍ବେଦନଶୀଳ ଲୋକସଭା କ୍ଷେତ୍ର ଉପରେ ଆଖି ରଖିଛନ୍ତି । ଏଥିପାଇଁ ଏକ ସ୍ୱତନ୍ତ୍ର ବୈଠକ ବସିଥିଲା ।

ନିର୍ବାଚନୀ ଖର୍ଚ୍ଚ ନୀରିକ୍ଷଣ ବିଭାଗ ନିର୍ଦ୍ଦେଶ ମୁତାବକ ଶୁକ୍ରବାର ହୋଇଥିବା କୈଠକରେ ସିବିଡିଟି, ଆୟକର ବିଭାଗ, ଆର୍ଥିକ ବିଶ୍ୱସ୍ତ ବିଭାଗ, ଅର୍ଦ୍ଧସୈନିକ ଦଳର ପ୍ରମୁଖ ସାମିଲ ହୋଇଥିଲେ । ନିର୍ବାଚନ ସମୟରେ ଟଙ୍କା କାରବାର ତଥା ନିର୍ବାଚନରେ କଳାଟଙ୍କା ବ୍ୟବହାରକୁ କିପରି ରୋକାଯାଇ ପାରିବ ସେନେଇ ଆଲୋଚନା ହୋଇଥିଲା । ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ ଉପରେ ୨୪ ଘଂଟା ନଜର ରଖାଯିବ ।

ତେବେ ଆକ୍ସନ ପାଇଁ ଏକ ରୋଡ଼ମ୍ୟାପ୍ ମଧ୍ୟ ପ୍ରସ୍ତୁତ ହୋଇଛି । ଗତ ନର୍ବାଚନରେ ହୋଇଥିବା ଅନୁଭବ ଅନୁସାରେ ଆଧୁନିକ ଜ୍ଞାନକୌଶଳ ଜରିଆରେ ହେବାକୁ ଥିବା ଟଙ୍କା ନେଣଦେଣ ଉପରେ ଅତ୍ୟାଧୁନିକ ଉପାୟରେ ନଜର ରଖାଯାଉଛି । ନିର୍ବାଚନୀ ମାହୋରେ କେବଳ ଟଙ୍କା ନୁହେଁ ମଦ, ନକଲି ନୋଟ, ଡ୍ରଗ୍ସ କାରବାର ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି ।