ମାଟ୍ରିକ ପରୀକ୍ଷା ଘୁଂଚାଇବାକୁ ସରକାରଙ୍କୁ ଚିଠି ଲେଖିଲେ ନିର୍ବାଚନ କମିଶନ୍

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ । ଆସନ୍ତା ଫେବୃଆରୀ ମାସରେ ହେବ ପଂଚାୟତ ନିର୍ବାଚନ । ଆଉ ସେହି ମାସରେ ରହିଛି ମାଟ୍ରିକ ପରୀକ୍ଷା । ଏନେଇ ପରୀକ୍ଷା ଘଂଚାଇବାକୁ ନିର୍ବାଚନ କମିଶନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନକୁ ଚିଠି ଲେଖିଛନ୍ତି । ଏବେ ପ୍ରଶ୍ନ ଉଠିଛି, ପିଲାଙ୍କ ସ୍ୱାର୍ଥରେ ନିର୍ବାଚନ ଘୁଂଚିବ ନା ନିର୍ବାଚନ ପାଇଁ ପରୀକ୍ଷା ଘୁଂଚିବ?

ତେବେ ଯଦି ମାର୍ଚ୍ଚ ମାସରେ ମାଟ୍ରିକ ପରୀକ୍ଷା ହୁଏ ଯୁକ୍ତ ଦୁଇ ପରୀକ୍ଷା ପ୍ରଭାବିତ ହେବାର ଆଶଙ୍କା ରହୁଛି । ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ୩ ହଜାର ୫୦୦ ପରୀକ୍ଷା କେନ୍ଦ୍ରର ଆବଶ୍ୟକତା ରହିଛି । ଆବଶ୍ୟକ ଭିତିଭୂମି ଓ ସୁରକ୍ଷା ବ୍ୟବସ୍ଥା ବାଧାପ୍ରାପ୍ତ ହେବାର ଆଶଙ୍କା ରହୁଛି । ତେବେ ଏନେଇ ସୋମବାର ଗଣଶିକ୍ଷା ବିଭାଗର ଅଧିକାରୀ, ଯୁକ୍ତ ଦୁଇ ମାଧ୍ୟମିକ ପରିଷଦ ଓ ମାଟ୍ରିକ ପରୀକ୍ଷା ପରିଚାଳନା କରୁଥିବା ବୋର୍ଡ ଅଫ ସେକେଣ୍ଡାରି ଏଜୁକେସନର ଅଧିକାରୀଙ୍କ ମଧ୍ୟରେ ବୈଠକ ହେବ ।