ନିର୍ବାଚନୀ ଅନିୟମିତତା ନେଇ ମୋବାଇଲ ଆପରେ କରିହେବ ଅଭିଯୋଗ : ମାତ୍ରା ୧୦୦ ମିନିଟ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

29

କନକ ବ୍ୟୁରୋ : ନିର୍ବାଚନ ସମୟରେ ଦେଖାଯାଉଥିବା ଅସୁବିଧା ଗୁଡିକର ସମାଧାନ କରିବା ଲାଗି ନିର୍ବାଚନ ଆୟୋଗ ନୂତନ ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି । ଏହି ନିୟମ ଲାଗୁ ହେଲେ ମତଦାତାଙ୍କ ଅଭିଯୋଗ ଓ ସମାଧାନ ମାତ୍ର ୧୦୦ ମିନିଟରେ ମଧ୍ୟରେ ହୋଇପାରିବ ବୋଲି ଭାରତୀୟ ନିର୍ବାଚନ କମିଶନ କହିଛନ୍ତି । ସେ କହିଛନ୍ତି ଏହି “ସି ୱିଜଲ” ମୋବାଇଲ ଆପ ଦ୍ୱାରା ଲୋକମାନେ ନିର୍ବାଚନ ସମ୍ମନ୍ଧୀତ ସମସ୍ତ ଅଭିଯୋଗ ଜାଣିପାରିବେ ଏବଂ ତତ୍କାଳ ଏହାର ସମାଧାନ ହୋଇପାରିବ । ତେଣୁ ଏହା ଏକ କ୍ରାନ୍ତିକାରୀ ପଦକ୍ଷେପ ହେବ ବୋଲି ନିର୍ବାଚନକମିଶନ କହିଛନ୍ତି ।

ସେ କହିଛନ୍ତି ଯେ “କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ବେଙ୍ଗାଲୁରଠାରେ ଏହାର ସଫଳ ପ୍ରୟୋଗ କରାଯାଇଥିଲା । ଏବଂ ଏହି ବର୍ଷ ଶେଷରେ ହେବାକୁ ଥିବା ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ ମଧ୍ୟ ଏହାର ଉପଯୋଗ ହୋଇପାରିବ । ଭାରତୀୟ ଉପ-ନିର୍ବାଚନ କମିଶନ କହିଛନ୍ତି, ଏହି ଆପ ସମସ୍ତ ଆଣ୍ଡ୍ରୋଏଡ୍ ମୋବାଇଲରେ ଡାଉନଲୋଡ କରିପାରି୍ବେ ଓ ଏହାର ଫାଇଦା ମଧ୍ୟ ଉଠାଇ ପାରିବେ ।

Source:followmyvote.com

ଏହି ଆପ ଆରମ୍ଭ ହେଲାପରେ ନିର୍ବାଚନ କ୍ଷେତ୍ରରେ ସୁଧାର ଆସିପାରିବ । ଏହି ଆପରେ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ନାମକୁ ସମ୍ପୂର୍ଣ୍ଣ ଭାବରେ ଗୁପ୍ତ ରଖାଯିବ । ଅଭିଯୋଗ ଆସିବାର ୧୦୦ ମିନିଟ ମଧ୍ୟରେ ଘଟଣା ବିଷୟରେ ଖବର ଜାଣିବା ସହ ସମାଧାନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରି ଦିଆଯିବ । ଜିପିଏସ ମାଧ୍ୟମରେ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ପାଖରେ ସେଠାକାର ସ୍ଥାନୀୟ ଅଧିକାରୀ ପହଞ୍ଚିବା ସହ ସେଠାରୁ ହିଁ ସମାଧାନ କରିବା ପ୍ରକ୍ରିୟା ଆରମ୍ଭ ହେବ । ଏହି ଆପ୍ ବିଷୟରେ ସମସ୍ତ ଅଅଫିସରଙ୍କୁ ଅବଗତ କରାଯିବା ସହ ଅଭିଯୋଗର କଣ ସମାଧାନ କରାଯାଇଛି ତାହାର ରେକର୍ଡ ମଧ୍ୟ ରଖାଯିବ । ଏହି ଆପରେ ଲୋକମାନେ ନିଜକୁ ସାମିଲ କରିବେ ବୋଲି ଆମର ବିଶ୍ୱାସ ରହିଛି । ଆଗକୁ ଜନସାଧାରଣଙ୍କର ସୁବିଧା ଲାଗି ଅନେକ ମୋବାଇଲ ଆପ କରାଯିବ” ବୋଲି ନିର୍ବାଚନ କମିଶନ କହିଛନ୍ତି ।