ଆଜି ନିର୍ବାଚନ କମିଶନଙ୍କ ଇଭିଏମ ଚ୍ୟାଲେଞ୍ଜ ! ଟ୍ୟାମ୍ପରିଂ ପାଇଁ ୧୪ଟି ଇଭିଏମ ରଖିଛନ୍ତି କମିଶନ

24

କନକ ବ୍ୟୁରୋ: ନିର୍ବାଚନ କମିଶନଙ୍କୁ ବିଭିନ୍ନ ରାଜନେତିକ ଦଳର ପ୍ରତିନିଧିମାନେ ଇଭିଏମ ଚ୍ୟାଲେଞ୍ଜ ଦେବେ । ଏନେଇ ୩ଟି ରାଜ୍ୟରୁ କଡା ସୁରକ୍ଷାବଳୟ ମଧ୍ୟରେ ୧୨ଟି ସିଲ୍ ହୋଇଥିବା ଇଭିଏମ ମେସିନ ଏବେ ଦିଲ୍ଲୀରେ ପହଁଚି ସାରିଛି । ପଂଜାବ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରୁ ଏହି ସିଲ୍ ହୋଇଥିବା ଇଭିଏମ ମେସିନ ନିର୍ବାଚନ କମିଶନ କାର୍ଯ୍ୟାଳୟରେ ରଖାଯାଇଛି । ତେବେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ବିରୋଧୀ ଇଭିଏମ ଟାମ୍ପରିଂ ଅଭିଯୋଗ କରିଥିଲେ । ଏହାକୁ ନେଇ ନିର୍ବାଚନ କମିଶନ ବୈଠକ ଡକାଇବା ସହ ଜୁନ୍ ୩ରେ ଇଭିଏମ ଚ୍ୟାଲେଞ୍ଜ ନେଇ ଦିନ ସ୍ଥିର କରିଥିଲେ ।

ଅନ୍ୟପଟେ ନିର୍ବାଚନ କମିଶନଙ୍କ ଏହି ନିଷ୍ପତିକୁ ନେଇ ଦଳମାନେ ସହମତି ପ୍ରକାଶ କରିନାହାନ୍ତି । ତେଣୁ ଆଜିର ଇଭିଏମ ଅଗ୍ନିପରୀକ୍ଷାରେ ସିପିଏମ ଓ ଏନସିପି ଯୋଗ ଦେବା ନେଇ ସ୍ପଷ୍ଟ ହୋଇସାରିଛି । ତେବେ ଇଭିଏମ ଟାମ୍ପରିଂକୁ ନେଇ ଜୋରଦାର ଅଭିଯୋଗ କରୁଥିବା କଂଗ୍ରେସ, ଆମ ଆଦମୀ ପାର୍ଟି ଯୋଗ ଦେବେ କି ନାହିଁ ଏନେଇ ଏବେ କୌଣସି ସୂଚନା ମିଳିପାରି ନାହିଁ ।

ଆଜି ମୁଖ୍ୟ ନିର୍ବାଚନ କମିଶନର ଚ୍ୟାଲେଞ୍ଜ ପାଇଁ ଉତ୍ତରପ୍ରଦେଶ, ପଂଜାବ ଏବଂ ଉତ୍ତରାଖଣ୍ଡରେ ବ୍ୟବହାର ହୋଇଥିବା ୧୪ଟି ମେସିନକୁ ବାଛିଛନ୍ତି । ତେବେ ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ଯାଏଁ ଚାଲିବ ।