ବିଜେପୁରରେ ଅଟକିଲା ବିଜେପିର ପ୍ରଚାର ଗାଡ଼ି ! ପ୍ରଚାରରେ ଲାଗିଥିବା ସମସ୍ତ ଗାଡ଼ିକୁ ଅଟକାଇଲେ ନିର୍ବାଚନ ପର୍ଯ୍ୟବେକ୍ଷକ

34

କନକ ବ୍ୟୁରୋ: ବିଜେପୁରରେ ଅଟକିଲା ବିଜେପିର ପ୍ରଚାର ଗାଡ଼ି । ପ୍ରଚାରରେ ଲାଗିଥିବା ସମସ୍ତ ଗାଡ଼ିକୁ ଅଟକାଇଛନ୍ତି ନିର୍ବାଚନ ପର୍ଯ୍ୟବେକ୍ଷକ । ଅନୁମତି ନଥାଇ ପ୍ରଚାର କାର୍ଯ୍ୟରେ ଗାଡ଼ି ଲାଗିଥିବାରୁ ଗାଡ଼ି ଅଟକା ଯାଇଥିବା ସୂଚନା ମିଳିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ପାଇଁ ଯିବା ପୂର୍ବରୁ ଘଟିଛି ଏଭଳି ଏକ ଘଟଣା । ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ଆଜି ଘରେ ନପଶୁଣୁ ଚାଲ ବାଜିଲା ଭଳି ସ୍ଥିତି ସୃଷ୍ଟି ହୋଇଛି । ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂ ଦେଓ ଏବଂ ମହିଳ ନେତ୍ରୀ ପ୍ରଭାତି ପରିଡ଼ା ପ୍ରମୁଖ ସେଠାରେ ଉପସ୍ଥିତ ଅଛନ୍ତି ।

ଉଲ୍ଲେଖଥାଉ କି, ବିଜେପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳର ପ୍ରଚାର ଲଢ଼େଇ ଜୋରଦାର ଚାଲିଛି । ଆଜି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ମାତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ପାଇଁ ଯିବା ପୂର୍ବରୁ ଘଟିଛି ଏଭଳି ଏକ ଘଟଣା । ପ୍ରଚାରରେ ଲାଗିଥିବା ବିଜେପିର ସମସ୍ତ ପ୍ରଚାର ଗାଡ଼ିକୁ ଅଟକାଇଛନ୍ତି ନିର୍ବାଚନ ପର୍ଯ୍ୟବେକ୍ଷକ । ତେବେ ଅନୁମତି ନଥାଇ ପ୍ରଚାର କାର୍ଯ୍ୟରେ ଗାଡ଼ି ଲାଗିଥିବାରୁ ଗାଡ଼ି ଅଟକା ଯାଇଥିବା ସୂଚନା ମିଳିଛି ।

ଏଠାରେ ଆମେ କହି ରଖୁଛୁ କି, ଗତକାଲି ବିଜେପି ଗାଈସିଲାଟ ମାହାରପାଲିକୁ ଯାଇ ପ୍ରଚାର କରିଥିଲା। ସେହିପରି ଆଗଲପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିଥିଲେ ଦଳୀୟ କର୍ମୀ ଓ ନେତା। ଅନ୍ୟପକ୍ଷରେ ଗତକାଲିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛି କଂଗ୍ରେସ। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ବରପାଲିରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ବରପାଲି ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ପ୍ରଣୟ ପ୍ରଚାର ଆରମ୍ଭ କରିଥିଲେ ।

ସେପଟେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ଓଲିଉଡ ତାରକା ମହେଶ୍ୱତା ରାୟ । ଆସନ୍ତାକାଲି ବିଧିବଦ୍ଧ ଭାବରେ ବିଜେପିରେ ମିଶିବେ ମହେଶ୍ୱତା । ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି । ପୂର୍ବରୁ ମିହିର ଦାସ ଏବଂ ଅନୁ ଚୌଧୁରୀ ଯୋଗ ଦେଇଥିବା ବେଳେ ହରିହର ମହାପାତ୍ର, ଶ୍ରୀତମ ଦାସ, ପିଙ୍କି ପ୍ରଧାନ ପ୍ରମୁଖ ବିଜେପି ଦଳରେ ଅଛନ୍ତି ।