ସୁରୁଖୁରରେ ଶେଷ ହେଲା ଚତୁର୍ଥ ପର୍ଯ୍ୟାୟ ମତଦାନ : ନିର୍ବାଚନ କମିଶନର ସଚିବ ରବୀନ୍ଦ୍ର ନାଥ ସାହୁଙ୍କ ସୂଚନା

35

କନକ ବ୍ୟୁରୋ : ଆଜି ସୁରୁଖୁରରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ରାଜ୍ୟର ୨୮ଟି ଜିଲ୍ଲାର ୬୨ଟି ବ୍ଲକ ଅଧିନରେ ଥିବା ୧୬୧ଟି ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହୋଇଛି । ୧୩ଶହ ୨୪ଟି ପଂଚାୟତରେ ମତ ସାବ୍ୟସ୍ତ କରିଛନ୍ତି ଭୋଟର । ଆଜି ଦିନ ୧୨ଟା ସୁଦ୍ଧା ୬୫ପ୍ରତିଶତ ମତଦାନ ହୋଇଥିବା କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ସଚିବ ରବୀନ୍ଦ୍ର ନାଥ ସାହୁ । ୭୦ ପ୍ରତିଶତରୁ ଅଧିକ ହେବ ଭୋଟିଂ ହେବ ବୋଲି ଆକଳନ କରିଛନ୍ତି ରାଜ୍ୟ ନିର୍ବାଚନ କମିସନ । ବର୍ତମାନ ଗଣତା ଜାରି ରହିଛି । ଆଉ କିଛି ଘଂଟା ପରେ ପ୍ରାର୍ଥୀଙ୍କ ଭାଗ୍ୟ ଫଳ ଜଣାପଡିବ ।