ଜୟପୁରରେ ବିଧାନସଭା ପାଇଁ ରବି ନନ୍ଦ, ତାରା ବାହିନୀପତି ଓ ଗୌତମ ସାମନ୍ତରାୟଙ୍କ ଜୋରଦାର ପ୍ରଚାର ! ବିକାଶର ନାରା ଦେଇ ଭୋଟ ହାତେଇବାକୁ ଉଦ୍ୟମ

125

କନକ ବ୍ୟୁରୋ : ଜୟପୁରରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ତାରାବାହିନୀ ପତି । ୩ ଦିନ ଧରି ସେ ଜୟପୁର ବ୍ଲକରେ ପ୍ରଚାର କରିବେ । ବ୍ଲକରେ ପ୍ରତି ପଂଚାୟତରେ କର୍ମୀ ସମ୍ମିଳନୀ କରି ଭୋଟରଙ୍କୁ ହାତେଇବାକୁ ଉଦ୍ୟମ କରିବେ । ଏହା ସହ ସମୟ କମୁଥିବାରୁ ପ୍ରତି ଗାଁ ଗାଁ ବୁଲି ନିଜ ସପକ୍ଷରେ ଭୋଟ ମାଗୁଛନ୍ତି । ଜୟପୁରରେ ଗତ ୫ ବର୍ଷରେ ସେ କରିଥିବା ବିକାଶର ମୁଦ୍ଦାକୁ ନେଇ ଭୋଟରଙ୍କ ପାଖକୁ ଯାଉଥିବା କହୁଛନ୍ତି । ତାରାବାହିନୀଙ୍କ ସ୍ତ୍ରୀ ତଥା ଜିଲ୍ଳା ସଭାପତି ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ।

ବିଜେଡିର ଜୟପୁର ବିଧାୟକ ପ୍ରାର୍ଥୀ ରବି ନନ୍ଦ ମଧ୍ୟ ଜୋରସୋରରେ ପ୍ରଚାର ଚଳାଇଛନ୍ତି । କର୍ମୀଙ୍କ ସହ ମିଶି ଗାଁ ଗାଁ ବୁଲୁଛନ୍ତି ରବି ନନ୍ଦ । ଚଳିତ ନିର୍ବାଚନରେ ତାଙ୍କୁ ବିପୁଳ ମାତ୍ରରେ ଭୋଟ ଦେଇ ଜିତେଇବାକୁ ସେ ଅନୁରୋଧ କରୁଛନ୍ତି । ଜୟପୁରରେ ଶିଳ୍ୱରେ ବିକାଶ, ନିଯୁକ୍ତି ସୃଷ୍ଟି, ଓ ଚାଷୀ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଇଛନ୍ତି । ଜୟପୁର ନିର୍ବାଚନ ମଣ୍ଡଳୀକୁ ରାଜ୍ୟର ଏକ ନମ୍ବର ନିର୍ବାଚନ ମଣ୍ଡଳୀ କରିବା ରବି ନନ୍ଦଙ୍କ ମୁଖ୍ୟ ଉଦେଶ୍ୟ ବୋଲି କହିଛନ୍ତି । ଜୟପୁରରେ ଫ୍ଲାଏ ଓଭର ନିର୍ମାଣ, ଜମିରେ ଜଳସେଚନ ,ଓ ମହିଳା ସଶକ୍ତିକରଣ ଉପରେ ସେ ଗୁରୁତ୍ୱ ଦେଉଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ ଭଗବତୀ ମଧ୍ୟ ଜୋରସୋରେ ଚଳାଇଛନ୍ତି ପ୍ରଚାର ।

ଅନ୍ୟପଟେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୧୦ ଦିନ ଥିବା ବେଳେ କୋରାପୁଟ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଜୋରସୋରରେ ପ୍ରଚାର କରିଛନ୍ତି । ବିଜେପି ପ୍ରାର୍ଥୀ ତ୍ରୀପୁରାରୀ ଗରଡା କୋରାପୁଟ ସହରରେ ନିଜ ସମର୍ଥକଙ୍କ ସହ ବୁଲି ଭୋଟରମାନଙ୍କୁ ଭେଟୁଛନ୍ତି । ବିଜେଡି ସରକାରର ୧୯ ବର୍ଷ ଶାସନରେ ଦୁର୍ନିତିକୁ ମୁଖ୍ୟ ପ୍ରସଙ୍ଗ କରି ବିଜେପି ଚଳିତ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅଂଟା ଭିଡିଛନ୍ତି ।