ବିଜେଡି-ବିଜେପିକୁ ଓଲିଉଡ ଭରସା ! ବିଜେପୁର ମୈଦାନରେ ବିଜେଡିର ହିରୋ, ବିଜେପିର ହିରୋଇନଙ୍କ ମଧ୍ୟରେ ଷ୍ଟାର ୱାର

41

କନକ ବ୍ୟୁରୋ : ବିଜେପୁରରେ ବିଗ୍ ଫାଇଟକୁ ନେଇ ବଡ ପ୍ରଚାର ଚାଲିଛି । ଆଉ ପ୍ରଚାର ଲଢେଇରେ ଷ୍ଟାର ୱାର ରାଜନୀତିକୁ ସରଗରମ କରିଛି । ବିଜେଡି ପାଇଁ ଓଲିଉଡର ବହୁ ଅଭିନେତା ପ୍ରଚାର ମୈଦାନଙ୍କୁ ଓହ୍ଲାଇଥିବା ବେଳେ ବିଜେପି ପାଇଁ ପ୍ରଚାର କରୁଛନ୍ତି ଏକାଧିକ ଅଭିନେତ୍ରୀ । ହିରୋଙ୍କୁ ନେଇ ଭୋଟ୍ ହାତେଇବାକୁ ବିଶ୍ୱାସ ରଖିଛି ବିଜେଡି ଆଉ ଦଳରେ ଥିବା ହିରୋଇନଙ୍କ ଉପରେ ଭରସା କରିଛି ଭାରତୀୟ ଜନତା ପାର୍ଟି ।

bijepurବିଜେପୁରର ଷ୍ଟାର ୱାର । ବିଜେଡି ପାଇଁ ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ଅଭିନେତାରୁ ନେତା ସାଜିଥିବା ସାଂସଦ ସିଦ୍ଧାନ୍ତ ମହାପାତ୍ର । ବିଜେଡିରୁ ସାଂସଦ ଥିବା ଏହି ଅଭିନେତା ଏବେ ବିଜେପୁରର ଷ୍ଟାର ପ୍ରଚାରକ । ଅନ୍ୟପଟେ ଓଲିଉଡ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ନେଇ ଭୋଟରଙ୍କ ଭିତରେ କ୍ରେଜ ସୃଷ୍ଟି କରିବାକୁ ଚେଷ୍ଟା କରିଛି ବିଜେପି । ଓଲିଉଡ ହିରୋଙ୍କୁ ନେଇ ବିଜେଡି ପ୍ରଚାର କରୁଥିବା େବେଳ ହିରୋଇନଙ୍କ ଉପରେ ଭରସା କରିଛି ବିଜେପି ।

କେବଳ ଜଣେ ଦୁଇ ଜଣ ଅଭିନେତା କି ଅଭିନେତ୍ରୀ ନୁହଁନ୍ତି । ବିଜେଡି ପାଇଁ ବିଜେପୁରରେ ମୈଦାନରେ ହିରୋଙ୍କ ଭିଡ ଥିବା ବେଳେ ହିରୋଇନ ମାନଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଛି ବିଜେପି । ସେଭେନଟି ଏମଏମ ସିଲଭର ସ୍କ୍ରିନରୁ ବାହାରି ବିଜେପୁରରେ ବିଜେପି ପାଇଁ ପ୍ରଚାର କରୁଛନ୍ତି ଓଲିଉଡ କୁଇନ ଅନୁ ଚୈାଧୁରୀ ଓ ପିଙ୍କି ପ୍ରଧାନ । ସେପଟେ ବିଜେପିର ଷ୍ଟାର ପ୍ରଚାରକୁ ମାତ ଦେବା ପାଇଁ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ବି ରୋଡ ଶୋ କରିଛନ୍ତି ।

bijepurବିଜେଡି ପାଇଁ ଅଭିନେତା ଅରିନ୍ଦମ ରାୟ ବି ପ୍ରଚାର କରିଛନ୍ତି । ସେପଟେ ବିଜେପି ପାଇଁ ନିର୍ବାଚନୀ ମଂଚରୁ ଭୋଟ ମାଗିଛନ୍ତି ବର୍ଷିୟାନ ଅଭିନେତ୍ରୀ ମହାଶ୍ୱେତା । ସିଲଭର ସ୍କ୍ରିନରେ ଏହି ଅଭିନେତା ଅଭିନେତ୍ରୀଙ୍କ ଭଲ ଭାବମୂର୍ତ୍ତି ଲୋକପ୍ରିୟତା ହାସଲ କରିଥିବା ଯୋଗୁଁ ତାକୁ ଭୋଟ ବ୍ୟାଙ୍କରେ ପରିଣତ କରିବାକୁ ଦୁଇ ରାଜନୈତିକ ଦଳ ଚେଷ୍ଟା କରୁତିବା କୁହାଯାଉଛି ।ଟିଭି ପରଦାରେ ଏକାସାଙ୍ଗେ କାମ କରୁଥିବା ଏହି ଅଭିନେତା ଅଭିନେତ୍ରୀ ବିଜେପୁର ପ୍ରଚାର ମୈଦାନରେ ପରସ୍ପରର ବିରୋଧି । କିନ୍ତୁ ପ୍ରଶ୍ନ ଉଠୁଛି ହିରୋ ହିରୋଇନଙ୍କ ଲଢେଇ ଭିତରେ ରାଜନୈତିକ ଦଳକୁ କଣ ଫାଇଦା ମିଳୁଛି ।