ସରଗରମ ରାଜନୀତି ! ଉତର ପ୍ରଦେଶରେ କଂଗ୍ରେସ- ସମାଜବାଦୀ ମେଂଟର ସଫଳତା ନେଇ ଦୁଇ ଦଳ ଆଶାବାଦୀ

22

କନକ ବ୍ୟୁରୋ: ଉତରପ୍ରଦେଶରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ମୁଲାୟମଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ । ଲକ୍ଷ୍ନୌର କାଂଟ୍ ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ଅପର୍ଣ୍ଣା ବିଜେପିର ରୀତା ବହୁଗୁଣା ଯୋଶୀଙ୍କୁ ଟକ୍କର ଦେବେ । ବିଜେପିକୁ ସାଂପ୍ରଦାୟିକ ଦଳ କହିବା ସହ ସମାଜବାଦୀ ପାର୍ଟି ଓ କଂଗ୍ରେସର ମେଂଟ ଏକତରଫା ଭାବେ ବିଜୟୀ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅପର୍ଣ୍ଣା ।

ସେପଟେ କଂଗ୍ରେସ ପରେ ପରେ ସମାଜବାଦୀ ପାର୍ଟି ମଧ୍ୟ ଷ୍ଟାର କ୍ୟାଂପେନର ତାଲିକା ଜାରି କରିଛି । ତାଲିକାରେ ମୁଲାୟମଙ୍କ ସ୍ଥାନ ସବୁଠାରୁ ଉପରେ ରହିଛି । ତାଙ୍କ ପଛକୁ ୨ ନମ୍ବରରେ ରହିଛି ଅଖିଳେଶ ଯାଦବଙ୍କ ସ୍ଥାନ । ହେଲେ ଷ୍ଟାର ପ୍ରଚାରକଙ୍କ ତାଲିକାରୁ ବାଦ୍ ପଡିଛନ୍ତି ଶିବପାଲ ଯାଦବ ।