ନବରଙ୍ଗପୁର ନିର୍ବାଚନୀ ନୌକାରେ ୩ ମାଝୀ । କାହାକୁ ଭରସି ନିର୍ବାଚନୀ ବୈତରଣୀ ପାର କରାଇବେ ଜନତା ଜନାର୍ଦ୍ଦନ, ଜାଣନ୍ତୁ ନବରଙ୍ଗପୁର ଲୋକସଭା ମଣ୍ଡଳୀର ପୂରା ତଥ୍ୟ

156

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରହିଛି ନବରଙ୍ଗପୁର ଲୋକସଭା ମଣ୍ଡଳି । ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ମଧ୍ୟ ବଡ ଧରଣର ଲଢେଇ ଦେଖିବାକୁ ମିଳିଛି । କାହିଁକି ନା ନବରଙ୍ଗପୁର ଲୋକସଭା କ୍ଷେତ୍ରରୁ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି. ବିଜେଡିରୁ ରମେଶ ମାଝୀ, ବିଜେପିରୁ ବଳଭଦ୍ର ମାଝୀ ନିର୍ବାଚନ ମଇଦାନରେ ମୁହାଁମୁହିଁ ହୋଇଛନ୍ତି । ଦିଲ୍ଲୀ ଲଢେଇ ପାଇଁ ବିଜେଡି ଏଠାରେ ରମେଶ ମାଝୀଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ନିଜର ପୁରୁଣା ସିପାହୀ ରମେଶ ମାଝୀଙ୍କୁ ପୁଣିଥରେ ସୁଯୋଗ ଦେଇଛି । ସେହିଭଳି ବିଜେଡି ଛାଡି ଗେରୁଆ ଶିବିରରେ ଏଣ୍ଟ୍ରି ମାରିଥିବା ବଳଭଦ୍ର ମାଝୀଙ୍କୁ ବିଜେପି ନବରଙ୍ଗପୁର ଆସନରେ ମୈଦାନକୁ ଓହ୍ଲାଇଛି । ୨୦୧୪ ନିର୍ବାଚନରେ ନବରଙ୍ଗପୁର ଲୋକସଭା ଅଧୀନରେ ଆସୁଥିବା ୭ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ୫ଟି ଆସନରେ ବିଜୟ ଧ୍ୱଜା ଉଡାଇଥିବା ବେଳେ କଂଗ୍ରେସ ୨ଟି ଆସନ ଅକ୍ତିଆର କରିଥିଲା । ବିଜେପି ଏଠାରେ ଖାତା ଖୋଲି ପାରିନଥିଲା । ତେବେ ଏହି ନିର୍ବାଚନ ମଣ୍ଡଳୀର ନିର୍ବାଚନ ବେଶ୍ ରୋଚକ ସ୍ଥିତିରେ ପହଁଚିଛି । ଜାଣନ୍ତୁ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳି ସଂପର୍କରେ ପୂରା ତଥ୍ୟ ।

୨୦୧୪ର ଲଢେଇ

– ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ

– ମୋଟ ଭୋଟର ସଂଖ୍ୟା – ୧୨ ଲକ୍ଷ ୯୭ ହଜାର ୨୧୦

– ମତ ଦେଇଥିଲେ – ୧୦ଲକ୍ଷ ୨୨ ହଜାର ୧୮୭

– ଭୋଟଦାନ ହାର – ୭୮.୮୦%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ

ବଳଭଦ୍ର ମାଝୀ ବିଜେଡି ୩,୭୩, ୮୮୭ ୩୭% ବିଜୟୀ

ପ୍ରଦୀପ କୁମାର ମାଝୀ କଂଗ୍ରେସ ୩,୭୧, ୮୪୫ ୩୭% ପରାସ୍ତ

ପର୍ଶୁରାମ ମାଝୀ ବିଜେପି ୧,୩୮, ୪୩୦ ୧୪% ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ବଳଭଦ୍ର ମାଝୀ

ଦଳ – ବିଜେଡି

ଭୋଟ – ୩,୭୩, ୮୮୭

ପ୍ରତିଶତ – ୩୭%

ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ପର୍ଶୁରାମ ମାଝୀ

ଦଳ – ବିଜେପି

ଭୋଟ – ୧,୩୮, ୪୩୦

ପ୍ରତିଶତ – ୧୪%

ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ପ୍ରଦୀପ କୁମାର ମାଝୀ

ଦଳ – କଂଗ୍ରେସ

ଭୋଟ – ୩,୭୧,୮୪୫

ପ୍ରତିଶତ – ୩୭%

ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?

– ବିଜେଡିର ବଳଭଦ୍ର ମାଝୀ ଜିତିଥିଲେ

– ୩ ଲକ୍ଷ ୭୩ ହଜାର ୮୮୭ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ

– କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କୁ ପରାସ୍ତ କରିଥିଲେ

– ୨ ହଜାର ୪୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ

– ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ

– ମୈଦାନରେ ଥିଲେ ମୋଟ ୪ ପ୍ରାର୍ଥୀ

– ମୋଟ ଭୋଟର ସଂଖ୍ୟା – ୧୨ ଲକ୍ଷ ୧୫ ହଜାର ୬୫୩

– ମତ ଦେଇଥିଲେ – ୭ ଲକ୍ଷ ୯୧ ହଜାର ୯୩୫

– ଭୋଟଦାନ ହାର – ୬୫%

୨୦୦୯ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ

ଡମ୍ବରୁ ମାଝୀ ବିଜେଡି ୨,୭୮,୩୩୦ ୩୫.୧୫% ପରାସ୍ତ

ପ୍ରଦୀପ କୁମାର ମାଝୀ କଂଗ୍ରେସ ୩,୦୮,୩୦୭ ୩୮.୯୩% ବିଜୟୀ

ପର୍ଶୁରାମ ମାଝୀ ବିଜେପି ୧,୫୬,୭୮୪ ୧୯.୮% ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ଡମ୍ବରୁ ମାଝୀ

ଦଳ – ବିଜେଡି

ଭୋଟ – ୨,୭୮,୩୩୦

ପ୍ରତିଶତ – ୩୫.୧୫%

ଫଳାଫଳ – ପରାସ୍ତ

ବିଜେପିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ପର୍ଶୁରାମ ମାଝୀ

ଦଳ – ବିଜେପି

ଭୋଟ – ୧,୫୬,୭୮୪

ପ୍ରତିଶତ – ୧୯.୮%

ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ପ୍ରଦୀପ କୁମାର ମାଝୀ

ଦଳ – କଂଗ୍ରେସ

ଭୋଟ – ୩,୦୮,୩୦୭

ପ୍ରତିଶତ – ୩୮.୯୩%

ଫଳାଫଳ – ବିଜୟୀ

କିଏ ମାରିଥିଲା ବାଜି?

– କଂଗ୍ରେସର ପ୍ରଦୀପ ମାଝୀ ବିଜୟୀ ହୋଇଥିଲେ

– ୩ ଲକ୍ଷ ୮ ହଜାର ୩୦୭ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ

– ବିଜେଡି ପ୍ରାର୍ଥୀ ଡମ୍ବୁରୁ ମାଝୀଙ୍କୁ ପରାସ୍ତ କରିଥିଲେ

– ୨୯ ହଜାର ୯୭୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ପ୍ରଦୀପ

– ଜଣେ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪

– ୨୦୧୪ରେ ବିଜେଡି ପ୍ରାର୍ଥୀ ବଦଳିଥିଲେ

– ଡମ୍ବୁରୁ ମାଝୀଙ୍କ ସ୍ଥାନରେ ବଳଭଦ୍ର ମାଝୀଙ୍କୁ ପ୍ରାର୍ଥୀ କରି ଜିତିଥିଲା ବିଜେଡି

– କଂଗ୍ରେସ, ସାଂସଦ ପ୍ରଦୀପ ମାଝୀଙ୍କୁ ପୁଣି ପ୍ରାର୍ଥୀ କରି କମ୍ ଭୋଟରେ ହାରିଥିଲା

– ପର୍ଶୁରାମ ମାଝୀଙ୍କୁ ପୁଣି ପ୍ରାର୍ଥୀ କରି ତୃତୀୟରେ ରହିଥିଲା ବିଜେପି

୨୦୧୯ର ଲଢେଇ

ବିଜେଡି : ରମେଶ ମାଝୀ
କଂଗ୍ରେସ: ପ୍ରଦୀପ ମାଝୀ
ବିଜେପି : ବଳଭଦ୍ର ମାଝୀ

ବିଜେଡି : ରମେଶ ଚନ୍ଦ୍ର ମାଝୀ

– ପ୍ରଥମ ଥର ପାଇଁ ସାଂସଦ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବେ

– ଦିଲ୍ଲୀ ଲଢେଇ ପାଇଁ ବିଜେଡିର ସାଂସଦ ପ୍ରାର୍ଥୀ

– ଡାବୁଗାଁରୁ ଥରେ ଓ ଝରିଗାଁରୁ ୨ଥର ବିଧାୟକ ନିର୍ବାଚିତ

– ବିଜେଡି ସରକାରରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ରହିଛନ୍ତି

– ଯୁବ ସଙ୍ଗଠକ ଭାବେ ଜଣାଶୁଣା

କଂଗ୍ରେସ : ପ୍ରଦୀପ ମାଝୀ

– ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି

– ୨୦୦୯ରେ ନବରଙ୍ଗପୁର ସାଂସଦ ଭାବେ ନିର୍ବାଚିତ

– ୨୦୧୪ରେ ମାତ୍ର ୨୦୦୦ ଭୋଟରେ ପରାସ୍ତ ହୋଇଥିଲେ

– ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ

– କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏକାନ୍ତ ଅନୁଗତ

ବିଜେପି : ବଳଭଦ୍ର ମାଝୀ

– ୨୦୧୪ରେ ବିଜେଡି ଟିକେଟରେ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ

– ପାର୍ଲାମେଂଟ୍ର ବିଭିନ୍ନ ଷ୍ଟାଣ୍ଡିଂ କମିଟିର ସଦସ୍ୟ

– ୧୪ ମାର୍ଚ୍ଚ ୨୦୧୯ରେ ବିଜେଡିରୁ ଇସ୍ତଫା

– ୧୬ ମାର୍ଚ୍ଚରେ ବିଜେପିରେ ସାମିଲ

– ନବରଙ୍ଗପୁରରୁ ବିଜେପି ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି

ମୈଦାନରେ ମହିଳା ପ୍ରାର୍ଥୀ?

– କେହି ନାହାଁନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ

– ଅନୁସୂଚିତ ଜନଜାତିଙ୍କ ପାଇଁ ଆସନ ସଂରକ୍ଷିତ ରହିଛି

– ଉମରକୋଟ, ଝରିଗାଁ, ନବରଙ୍ଗପୁର ବିଧାନସଭା କ୍ଷେତ୍ର ଏହା ଅଧୀନରେ

– ଡାବୁଗାଁ, କୋଟପାଡ, ମାଲକାନଗିରି, ଚିତ୍ରକୋଣ୍ଡାକୁ ନେଇ ନିର୍ବାଚନ ମଣ୍ଡଳୀ

– ୭ଟି ବିଧାନସଭା କ୍ଷେତ୍ରରୁ ୫ଟି ବିଜେଡି ଜିତିଥିଲା, ୨ଟିରେ କଂଗ୍ରେସ

ମୁହାଁମୁହିଁ ପ୍ରାର୍ଥୀ

– ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢିବେ ରମେଶ ମାଝୀ

– ପ୍ରଦୀପ ମାଝୀ ଥରେ ଓ ବଳଭଦ୍ର ମାଝୀ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି

– ୨୦୦୯ରେ ପ୍ରଦୀପ ଓ ୨୦୧୪ରେ ବଳଭଦ୍ର ମାଝୀ ନିର୍ବାଚିତ

ନବରଙ୍ଗପୁର ଲୋକସଭା ଆସନ

– ଏହି ଆସନରେ କଂଗ୍ରେସର ଦବଦବା ରହି ଆସିଛି

– ୨୦୧୪ରେ ପ୍ରଥମ ଥର ପାଇଁ ଆସନରେ ବିଜେଡି ଜିତିଥିଲା

– କଂଗ୍ରେସ ଏହି ଆସନରେ ୧୧ ଥର ଜିତି ନିଜ ପତିଆରା ଜାହିର କରିଥିଲା

– ଖଗପତୀ ପ୍ରଧାନ ଏହି ଆସନରୁ ସର୍ବାଧିକ ଥର ବିଜୟୀ ହୋଇଛନ୍ତି