ଅନ୍ଧାରରେ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲା ବାସିନ୍ଦା ! ଟ୍ରାନ୍ସଫର୍ମର ପୋଡି ଯିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି

24

କନକ ବ୍ୟୁରୋ : ଅନ୍ଧାରରେ ଦୁଇଟି ଜିଲ୍ଲାର ଲୋକେ । ଗତକାଲି ଦ୍ୱିପ୍ରହରରୁ ଅନ୍ଧାରରେ ଅଛନ୍ତି ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ବାସିନ୍ଦା । ବଲାଙ୍ଗିର ସଦେଇପାଲି ସ୍ଥିତ ଗ୍ରୀଡକୋର ଦୁଇଟି ମୁଖ୍ୟ ଟ୍ରାନ୍ସଫର୍ମର ପୋଡି ଯିବାରୁ ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ବଲାଙ୍ଗିରର ଏହି ଗ୍ରୀଡରୁ ପଶ୍ଚିମ ଓଡିଶାର ୫ଟି ଜିଲ୍ଲାକୁ ବିଦ୍ୟୁତ ଯୋଗାଇ ଦିଆ ଯାଇଥାଏ । ତେବେ ଯାନ୍ତ୍ରୀକ ତ୍ରୁଟି କାରଣରୁ ଏଠି ବ୍ୟବହାର ହେଉଥିବା ଦୁଇ ମୁଖ୍ୟ ଟ୍ରାନ୍ସଫର୍ମରରେ ତୃଟି ଦେଖା ଦେଇଛି ।

୩୦କୋଟି ଟଙ୍କାରୁ ଉର୍ଦ୍ଧ୍ୱð ମୂଲ୍ୟର ଏହି ଟ୍ରାନ୍ସଫର୍ମରକୁ ସଜାଡିବାକୁ ଉଦ୍ୟମ ଜାରି ରହିଛି । ବରଗଡ ଓ ବଲାଙ୍ଗିର ଜିଲ୍ଲାର ଇଲେକ୍ଟ୍ରିକାଲ ଇଞ୍ଜିନିୟର ମାନେ ଏହି କାମରେ ନିୟୋଜିତ ଅଛନ୍ତି । ତେବେ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାକୁ ଛାଡି ଦେଲେ ଅନ୍ୟ ଜିଲ୍ଲା ମାନଙ୍କୁ ଅନ୍ୟ ଗ୍ରୀଡରୁ ବିଦ୍ୟୁତ ଯୋଗାଇ ଦିଆ ଯାଉଛି ବୋଲି କହିଛନ୍ତି ଓପିଟିସିଏଲ ବଲାଙ୍ଗିରର ଆସିଷ୍ଟାଂଟ୍ ଜିଏମ ।