ଅନୁଗୁଳରେ ଅଭାବନୀୟ ଘଟଣା । ସଂପତି ଲୋଭରେ ଖୁଡୀକୁ ଘରେ ଭିତରେ ବନ୍ଦ କରି ନିଆଁ ଲଗାଇଦେଲା ପୁତୁରା

35

କନକ ବ୍ୟୁରୋ: ସଂପତି କଳିରୁ ଜଳିଲା ନିଆଁ । ଜଣେ ମହିଳାଙ୍କୁ କୋଠରୀ ଭିତରେ ବନ୍ଦ କରି ନିଆଁ ଲଗାଇଦେଇଥିବା ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ, ଏହି କାଣ୍ଡ ପଛରେ ମହିଳାଙ୍କ ପୁତୁରାର ହାତ ରହିଛି । ଏହି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମ ପ୍ରସାଦ ଗାଁରେ । ଶୋଇଥିବା ଅବସ୍ଥାରେ ମହିଳାଙ୍କୁ ବାହାର ପଟୁ ତାଲା ପକାଇ ହତ୍ୟା କରାଯାଇଛି । ମୃତ ମହିଳା ହେଲେ ଦୌପଦୀ ପ୍ରଧାନ । ଗାଁ ଠାରୁ କିଛି ଦୂରରେ କୁଡ଼ିଆ କରି ଏକାକୀ ରହୁଥିଲେ । ଜମି ହାତେଇବା ଲାଗି ନିଜ ପୁତୁରା ଏଭଳି ବର୍ବର କାଣ୍ଡ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ।

ମିଳିଥିବା ସୂଚନା ଅନୁଯାୟୀ, ଦୌପଦୀ ପ୍ରଧାନ( ୪୦ ବର୍ଷ) ନାମକ ଜଣେ ବିଧବା ସେହି ଘରେ ଏକୁଟିଆ ରୁହନ୍ତି । ଗତକାଲି ରାତିରେ ସେ ଖାଇ ପିଇ ଶୋଇବାକୁ ଯାଇଥିଲେ । ତେବେ ବିଳମ୍ବିତ ରାତିରେ ନିଜ ପୁତୁରା ଘରର କବାଟକୁ ବାହାର ପଟୁ ବନ୍ଦ କର ଘରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଫଳରେ ମହିଳା ଜଣକ ଜୀଅନ୍ତା ଜଳିଯାଇଛନ୍ତି ।