ଏହି ଦେଶରେ ଜେଲ ଯିବା ପାଇଁ ଜାଣିଶୁଣି ଅପରାଧ କରୁଛନ୍ତି ବୃଦ୍ଧ ଲୋକ, ଜାଣନ୍ତୁ କାହିଁକି ?

187

କ’ଣ ଆପଣ କେବେ ଭାବି ବି ପାରିବେ କି ବୃଦ୍ଧ ବ୍ୟକ୍ତି ଏକୁଟିଆପଣ, ସୁରକ୍ଷା ଓ ଭଲ ସ୍ୱାସ୍ଥ୍ୟ ସେବାର ଫାଇଦା ଉଠାଇବା ପାଇଁ ଘର ଛାଡି ଜେଲକୁ ଯିବାକୁ ଚାହୁଁଛନ୍ତି । କିନ୍ତୁ ଜାପାନ ପାଇଁ ଏହା କୌଣସି କଳ୍ପନା ନୁହେଁ ବରଂ ସତ । ଦୁନିଆରେ ସବୁଠାରୁ ଅଧିକ ବୁଢ଼ା ଲୋକଙ୍କ ସଂଖ୍ୟା ସହିତ ଜାପାନର ମୋଟ୍ ଜନସଂଖ୍ୟା ୨୭.୩% ଲୋକ ୬୫ ବର୍ଷରୁ ଅଧିକ ହୋଇସାରିଲେଣି । ଏହା ହେଉଛି କାରଣ- ଜାପାନରେ ଲୋକଙ୍କ ହାରାହାରି ଆୟୁ ଦ୍ରୁତ ଗତିରେ ବଢୁଛି ତ ସେଇଠି ପିଲାଙ୍କ ଜନ୍ମହାରରେ ହ୍ରାସ ହେଉଥିବାର ଦେଖାଯାଉଛି । ଯାହାର ପରିଣାମ ସ୍ୱରୂପ ସେଠାକାର ଜନସଂଖ୍ୟାରେ ବୃଦ୍ଧ ଲୋକଙ୍କ ପ୍ରତିଶତ ବହୁତ ଅଧିକ ହୋଇଯାଇଛି ।

ବର୍ଷ ୨୦୨୫ ପର୍ଯ୍ୟନ୍ତ ପ୍ରତ୍ୟେକ ୩ ମଧ୍ୟରୁ ଜଣେ ମଣିଷ ୬୫ ବର୍ଷ ବୟସରୁ ଅଧିକ ହେବ । ଏହା ଦ୍ୱାରା ପେନସନ ଉପରେ ପ୍ରଭାବ ପଡିବ । ଜାପାନର ପ୍ରତ୍ୟେକ ୫ ଜଣ ମଧ୍ୟରୁ ଜଣେ ନାଗରିକ ନିଜର ରୋଜଗାର ପାଇଁ ଦାରିଦ୍ର୍ୟ ସୀମାରେଖା ତଳକୁ ଆସିଗଲେଣି । ସେଇଠି ଜାପାନର ପ୍ରତ୍ୟେକ ୬ ସିନିୟର ସିଟିଜନ୍ ମଧ୍ୟରୁ ଜଣେ ବିଲକୁଲ ଏକୁଟିଆ ବିନା କୌଣସି ପରିବାରରେ ରହନ୍ତି । ଅଧିକାଂଶ ମାମଲାରେ ଏହାର କାରଣ ହେଉଛି ବାହାରେ କାମ କରୁଥିବା ପିଲା, ଯାହାଙ୍କ ପାଖରେ ବୃଦ୍ଧଙ୍କ ପାଇଁ ସମୟ ନାହିଁ । ଏଥିପାଇଁ ଜାପାନର ବୃଦ୍ଧମାନେ ଛୋଟ ଛୋଟ ଅପରାଧ କରୁଛନ୍ତି, କାହିଁକିନା ସେମାନେ ଜେଲଳ ଯାଇପାରିବେ । ଏହି ଅପରାଧ ମାନଙ୍କ ମଧ୍ୟରେ ଅଧିକାଂଶ ଚୋରି କରୁଛନ୍ତି । କିନ୍ତୁ ଜାପାନର କେତେକ ବୃଦ୍ଧ ଏଥିପାଇଁ କାହାକୁ ପିଟିଛନ୍ତି ତ କାହାକୁ ହତ୍ୟା ମଧ୍ୟ କରିଛନ୍ତି । ଜେଲ ଗଲେ ତାଙ୍କୁ ରହିବାକୁ ଘର ମିଳେ । ୩ ଥର ଜେଲର ଖାଇବା ମିଳିଯାଏ ଓ ସ୍ୱାସ୍ଥ୍ୟ ସୁବିଧା ତାଙ୍କ ପାଇଁ ମାଗଣା ହୋଇଯାଏ ।